ଭୁବନେଶ୍ବର: ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରୁ ଅନେକ ଅବାଟକୁ ଯାଉଛନ୍ତି। ସେଥି ମଧ୍ୟରୁ କିଛି ଲୋକ ରାତାରାତି କୋଟିପତି ହେବାର ସ୍ବପ୍ନ ମଧ୍ୟ ଦେଖୁଛନ୍ତି। କଟକସ୍ଥିତ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିନରେ ଥିବା ଅଞ୍ଚଳରୁ ଜବତ ହୋଇଥିବା ବ୍ରାଉନ୍‌ସୁଗାର ଓ ଗଂଜେଇ ମାମଲା ଏହା କହୁଛି। ଚଳିତ ବର୍ଷ ଅକ୍ଟୋବର ୨୯ ତାରିଖ ସୁଦ୍ଧା ୪,୨୪, ୪୬,୫୬୦ ଟଙ୍କାର ଧଳାଜହର ଜବତ ହୋଇଛି। ମୋଟ ୮୧ଟି ବ୍ରାଉନ୍‌ସୁଗାର ମାମଲା ରୁଜୁ ହୋଇଥିବା ବେଳେ  ୪କିଲୋ ୨୨ ଗ୍ରାମ ୪୨୮ ମିଲିଗ୍ରାମ ଧଳାଜହର ଜବତ୍ ହୋଇଛି। ଏପର୍ଯ୍ୟନ୍ତ  ଧଳାଜହର  ଭଳି ନିଶା କାରବାରରେ ୧୬୮ ଜଣ ନିଶା ମାଫିଆ ଗିରଫ ହୋଇଛନ୍ତି। ସେହିପରି ଗଞ୍ଜେଇ କାରବାର ନେଇ ୬୪ଟି ମାମଲା ରୁଜୁ ହୋଇଥିବା ବେଳେ ୧୧୦୭ କିଲୋ ୫୭୮ ଗ୍ରାମ୍‌ରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ୭୨,୧୪,୭୨୭ ଟଙ୍କା ହୋଇଥିବା ବେଳେ ୧୦୫ ଜଣ ଗଞ୍ଜେଇ ମାଫିଆ ଗିରଫ ହୋଇଛନ୍ତି।

Advertisment

ପୁରୀରୁ ୧କିଲୋ ୧୨ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ ଜିଲ୍ଲାରେ ୧୮ଟି ଧଳାଜହର ମାମଲା ରୁଜୁ ହୋଇଛି। ୧କିଲୋ ୧୨ ଗ୍ରାମ ଜବତ୍ ହୋଇଥିଲା, ଯାହାର ମୂଲ୍ୟ ୯୪ ଲକ୍ଷ ୧୬ ହଜାର ୪୦୦ ଗ୍ରାମ ହୋଇଥିବା ବେଳେ  ୩୭ ଜଣ ଗିରଫ ହୋଇଛନ୍ତି। ଜିଲ୍ଲାରୁ ୩୭ କ‌ିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ୍ ହୋଇଛି। ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ହୋଇଥିବା ବେଳେ ୧୧ ଜଣ ଗିରଫ ହୋଇଛନ୍ତି।

କଟକ-କେନ୍ଦ୍ରାପଡ଼ାରେ ନିଶା ବେପାରୀ ସକ୍ରିୟ

କଟକ ଜିଲ୍ଲାରେ ୫ଟି ଧଳାଜହର ମାମଲାରେ ୩୦.୦୩ଗ୍ରାମ ଓଜନର  ଧଳାଜହର ଜବତ ହୋଇଛି, ଯାହାର ମୂଲ୍ୟ ୩୦ ଲକ୍ଷ ୩ହଜାର ଟଙ୍କା ହୋଇଥିବ ବେଳେ ଏଥିରେ ୫ ଜଣକୁ ଗିରଫ କରାଯାଇଛି। କଟକ ଜିଲ୍ଲାରୁ ୮ଟି ମାମଲାରେ ୬ ଲକ୍ଷ ୭୩ ହଜାର ଟଙ୍କା ମୂଲ୍ୟର ୧୩୫ କିଲୋ ୯୩୨ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥିରେ ୧୦ ଜଣ ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ୨ଟି ଧଳାଜହର ମାମଲା ରୁଜୁ ହେବ ସହ ୧୬.୪୧ ଗ୍ରାମ ଜବତ ହୋଇଥିଲା, ଯାହାର ଆନୁମକିଙ୍କ ମୂଲ୍ୟ ୧୯ ଲକ୍ଷ ୬୦ ହଜାର ଟଙ୍କା ଥିଲା। ମାମଲାରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ାରେ ଗୋଟିଏ ମାମଲାରେ ୧ ଲକ୍ଷ ୩୦ ହଜାର ଟଙ୍କାର ଗଞ୍ଜେଇ ସହ ୧୩କିଲୋରୁ ଅଧିକ ଓଜନର ଗଞ୍ଜେଇ ଜବତ ହୋଇଥିଲା, ଯେଉଁଥିରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିଲା।

ଆହୁରି ପଢ଼ନ୍ତୁ: Life in Gajapati: ବିକାଶ ଖୋଜୁଛି ଗଜପତି: ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଲୋକେ

ଖୋର୍ଦ୍ଧା-ନୟାଗଡ଼ରୁ ୧୪୦ ଜଣ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଜିଲ୍ଲାରୁ ୨୫ଟି ଧଳାଜହର ମାମଲାରେ ୧ କିଲୋ ୬୧୬ ଗ୍ରାମର ଧଳାଜହର ଜବତ ହୋଇଥିଲ। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୬୧ ଲକ୍ଷ ୬୬ ହଜାର ୧୮୦ ଟଙ୍କା ହୋଇଥିବା ବେଳେ ଏଥିରେ ୫୯ ଜଣ ଗିରଫ ହୋଇଛନ୍ତି। ଖୋର୍ଦ୍ଧାରୁ  ୭ଟି ଗଞ୍ଜେଇ ମାମାଲରେ ୯ଲକ୍ଷ ୮୪ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ପ୍ରାୟ ୯୮କିଲୋରୁ ଅଧିକ ଓଜନ ଗଞ୍ଜେଇ ଜବତ ହୋଇଥିଲା, ଯେଉଁଥିରେ ୯ ଜଣ ଗିରଫ ହୋଇଥିଲେ। ନୟାଗଡ଼ ଜିଲ୍ଲାରେ ୮ଟି ମାମଲାରେ ୧୬୯ଗ୍ରାମର ଧଳାଜହର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ୭୦ ହଜାର ଟଙ୍କା ହୋଇଥିବା ବେଳେ ୧୩ ଜଣ ଗିରଫ ହୋଇଛନ୍ତି। ୭୧୬ କିଲୋ ୨୭୫ ଗ୍ରାମ ଗଂଜେଇ ଚାଲାଣ ପାଇଁ ନୟାଗଡ଼ରୁ ୨୯ଟି ମାମଲା ରୁଜୁ ହୋଇଥିବା ବେଳେ ଏହାର ମୂଲ୍ୟ ୨୯ ଲକ୍ଷ ୪୪ ହଜାରରୁ ଅଧିକ। ଏଥିରେ ୫୯ ଜଣ ଗିରଫ ହୋଇଥିଲେ। 

ଆହୁରି ପଢ଼ନ୍ତୁ: MP Bus Accident: ଓଲଟିଲା 'ନର୍ମଦା ପରିକ୍ରମା' ପାଇଁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍, ଜଣେ ମୃତ

ଜଗତସିଂହପୁରରେ ୫୨ ଜଣ ଗିରଫ

ଜଗତସିଂହପୁର ଜିଲ୍ଲାରୁ ୧୭ ମାମଲାରେ ୧କିଲୋ ୯୫ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି। ଏହାର ଅନୁମନିକ ମୂଲ୍ୟ ୯୮ ଲକ୍ଷ ୬୪ ହଜାର ୯୬୦ ଟଙ୍କା। ଏସବୁ ମାମଲାରେ ୪୧ ଜଣ ଗିରଫ ହୋଇଛନ୍ତି। ଜଗତସିଂହପୁରରେ ଗଂଜେଇ ଚୋରା ଚାଲାଣ ପାଇଁ ୪ଟି ମାମଲା ରୁଜୁ ହୋାଇଛି। ୧୩ କିଲୋ ୭୪୪ ଗ୍ରାମ ଗଞ୍ଜେଇ ଜବତ ହୋଇଛି, ଯାହାର ମୂଲ୍ୟ ୧ ଲକ୍ଷ ୭ ହଜାର ୨୦୦ ଟଙ୍କା। ଏଥିରେ ୭ଜଣ ଗିରଫ ହୋଇଛନ୍ତି। ସେହିପରି ଯାଜପୁରଜିଲ୍ଲା ୬ଟି  ଧଳାଜହାର ମାମଲାରେ ୮୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୁଲ୍ୟ ୬ ଲକ୍ଷ ୬୬ ହଜାର ହୋଇଥିବା ବେଳେ ୧୧ ଜଣ ଗିରଫ ହୋଇଛନ୍ତି। ଏହି ଜିଲ୍ଲାରୁ ୭ଟି ଗଞ୍ଜେଇ ମାମଲାରେ ୯୨ କିଲୋ ୩୩୩ ଗ୍ରାମ ଜବତ ହୋଇଛି। ଏହାର ମୂଲ୍ୟ ୩ ଲକ୍ଷ୍ ୬୯ ହଜାର ଟଙ୍କା ହେବ। ଏଥିରେ ୮ ଜଣ ଗିରଫ ହୋଇଛନ୍ତି।