ଗଜପତି (ସୁଜିତ୍‌ ବିଷୋୟୀ): ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୯ ବର୍ଷ ଅତିକ୍ରମ କରିସାରି ଥିବା ବେଳେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ଆଉ ୧୦ ବର୍ଷ ପରେ ୧୦୦ ବର୍ଷ ପୂରିବ। ଓଡ଼ିଶା ସରକାର ଭିଜନ ୨୦୩୬ ଓ ୨୦୪୭ ପାଇଁ ରୂପରେଖ ପ୍ରସ୍ତୁତ କରୁଛନ୍ତି। ସରକାର ଆତ୍ମନିର୍ଭରଶୀଳ ଓ ପ୍ରଯୁକ୍ତି ବିଦ୍ୟା କଥା କହୁଥିବା ବେଳେ ଉପାନ୍ତ ଅଞ୍ଚଳରେ ଆମର ବିକାଶ କିଭଳି ହୋଇପାରିଛି, ଏହି ଚିତ୍ର ହିଁ ତାର ଜ୍ବଳନ୍ତ ପ୍ରମାଣ। ରାଜଧାନୀ  ଭୁବନେଶ୍ବର ଠାରୁ ପ୍ରାୟ ୩୦୦ କିମି ଦୂରରେ ଥିବା ଗଜପତି ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଗମନାଗମନର ପ୍ରମୁଖ ସମସ୍ୟା ଦେଖାଯାଇଥିାଏ। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଦେଖାଯାଇଥାଏ। 

Advertisment

ନଦୀରୁ ମିଳିଲା ଚପଲ

ଗଜପତି ଜିଲ୍ଲାର ରାୟଗଡ ବ୍ଳକ ଭାଲିଆ ସାହି ଗ୍ରାମର ଭୀମ ମଣ୍ଡଳ ସନ୍ଧ୍ୟାରେ ଆଶ୍ରୟସ୍ଥଳୀରୁ ଘରକୁ ଫେରିବା ପରେ ଘରେ ରୋଷେଇ କରିବା ପାଇଁ ଜିନିଷପତ୍ର ନଥିବାରୁ ପୁଣିଥରେ ନଦୀ ପାର ହୋଇ ଦୋକାନକୁ ଯାଇ ଆଉ ଘରକୁ ଫେରି ନାହାନ୍ତି। ଆଜି ସକାଳୁ ସକାଳୁ ପ୍ରଥମେ ଗ୍ରାମବାସୀ ଓ ପରିବାର ଖୋଜାଖୋଜି କରିଥିଲେ। ସେହି ସମୟରେ ନଦୀରୁ  ନିଖୋଜ ଯୁବକଙ୍କ ଚପଲ ମିଳିଥିବାରୁ ନଦୀରେ ଭାସିଯାଇଥିବା ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ।

Rayagada1
Women crossing river with help of a rope in Gajapati district on Friday. Photograph: (sambad.in)

ଆହୁରି ପଢ଼ନ୍ତୁ: Malaria In Rayagada: ଅସୁସ୍ଥ ଛାତ୍ରୀଙ୍କୁ ପରିବାରକୁ ହସ୍ତାନ୍ତର କଲା ‌ହଷ୍ଟେଲ କର୍ତ୍ତୃପକ୍ଷ

ନଦୀକୂ‌ଳରେ ପରିବାର ଲୋକଙ୍କ ଅପେକ୍ଷା

ଖବର ପାଇ ପୁଲିସ ଯାଞ୍ଚ କରିବା ପରେ ଓଡ୍ରାଫ୍ ଟିମ୍ ସହଯୋଗ ଲୋଡ଼ିଥିଲା। ସେହି ସମୟଠାରୁ ଅନୁସନ୍ଧାନ ଜାରି ରହିଛି। କିନ୍ତୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ବ୍ୟକ୍ତିଙ୍କ କୌଣସି ଖୋଜ ଖବର ମିଳିପାରି ନାହିଁ। ନିଜେ ରାୟଗଡ଼ ବ୍ଳକ ଉନ୍ନୟନ ଅଧିକାରୀ ସୁଶାନ୍ତ ବାରିକ୍ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ପରିବାରବର୍ଗଙ୍କ ସହ ଆତ୍ମିୟ ସଜନ ଓ ଗ୍ରାମବାସୀ ନଦୀ କୂଳରେ ଅପେକ୍ଷା କରି ରହିଛନ୍ତି। ରାୟଗଡ଼ ପୁଲିସ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: Accident: ଭିନ୍ନଭିନ୍ନ ଦୁର୍ଘଟଣା: ଆନ୍ଧ୍ରରେ ଓଡ଼ିଆ ମହିଳାଙ୍କ ମୃତ୍ୟୁ, ବିଦ୍ୟୁତ୍‌ ତାର ନେଲା ଚାଷୀଙ୍କ ଜୀବନ