ରାୟଗଡା (ଶିବ ପ୍ରସାଦ ଦୋରା):ରାୟଗଡ଼ା ଜିଲ୍ଳା ସଦର ବ୍ଲକ ବାଇସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଗୁରୁବାର-ଶୁକ୍ରବାର ରାତିରେ ମୃତ୍ୟବରଣ କରିଥିବା ଜଣାପଡ଼ିଛି। ମୃତ ଛାତ୍ରୀଙ୍କ ନାମ ନନ୍ଦିନୀ ତାଡିଙ୍ଗି (୯)। ଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟରେ ମଙ୍ଗଳ ବିଭାଗର ହଷ୍ଟେଲ କର୍ତ୍ତୃପକ୍ଷଙ୍କର ଅବହେଳା ଯୋଗୁଁ ନନ୍ଦିନୀଙ୍କର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ତଦନ୍ତ ପରେ ଘଟଣା ଅଧିକ ଜଣାପଡ଼ିବ।
ନମୁନାରେ ମ୍ୟାଲେରିଆ ପଜିଟିଭ୍ ରିପୋର୍ଟ
ସୂଚନା ଅନୁସାରେ ନନ୍ଦିନୀଙ୍କୁ ଗତ ୨୯ ତାରିଖ ଦିନ ଜ୍ବର ହୋଇଥିଲା। ବିଦ୍ୟାଳୟରେ ମ୍ୟାଲେରିଆ କିଟ୍ ମାଧ୍ୟମରେ ତାଙ୍କର ପରୀକ୍ଷା କରାଯାଇ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଅଣାଯାଇଥିଲା। ରକ୍ତ ପରୀକ୍ଷା ବେଳେ ନମୁନାରେ ମ୍ୟାଲେରିଆ ପଜିଟିଭ୍ ରିପୋର୍ଟ ଆସିଥିଲା। ସେଠାରେ ନନ୍ଦିନୀକୁ ଆବଶ୍ୟକିୟ ଔଷଧ ପ୍ରଦାନ କରି ପୁନର୍ବାର ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲକୁ ପଠାଯାଇଥିଲା। ସନ୍ଧ୍ୟାବେଳେ ନନ୍ଦିନୀଙ୍କ ପିତା ରାଜାରାଓ ହିମିରିକା ବିଦ୍ୟାଳୟକୁ ଆସି ତାକୁ ଘରକୁ ନେବା ପାଇଁ ଅନୁମତି ମାଗିଥିଲେ। ଏନେଇ ଏକ ଲିଖିତ ଦରଖାସ୍ତ ବିଦ୍ୟାଳୟର ହଷ୍ଟେଲ କର୍ତୃପକ୍ଷଙ୍କୁ ଦେଇ ନନ୍ଦିନୀକୁ ନିଜ ଗ୍ରାମ ଡାଙ୍ଗଯୋଡିକୁ ନେଇ ଆସିଥିଲେ। ତେବେ ଘରକୁ ଆଣିବାର ୨୪ ଘଣ୍ଟା ପରେ ବିଳମ୍ବିତ ରାତ୍ରୀରେ ନନ୍ଦିନୀ ମୃତ୍ୟୁବରଣ କରିଥିବା ନେଇ ପରିବାରବର୍ଗ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।
ଆହୁରି ପଢ଼ନ୍ତୁ: PRO suspended: ନିର୍ବାଚନ ଆଚରଣ ବିଧି ଉଲଂଘନ କରି ନିଲମ୍ବିତ ହେଲେ ଲୋକସମ୍ପର୍କ ଅଧିକାରୀ
ଘଟଣାର ତଦନ୍ତ ଜାରି...
ଆଜି ଏହି ଘଟଣା ସଂପର୍କରେ ସୂଚନା ପାଇ ରାୟଗଡା ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ଘଟଣାର ତଦନ୍ତ ପାଇଁ ରାୟଗଡା ବ୍ଲକ ସଂପ୍ରସାରଣ ଅଧିକାରୀ ପ୍ରକାଶ କୁମାର ନାୟକଙ୍କୁ ନିର୍ଦେଶ ଦେଇଥିଲେ। ଏହି ଘଟଣାରେ ବ୍ଲକ ସଂପ୍ରସାରଣ ଅଧିକାରୀ ତଦନ୍ତ କରିଥିବା ଜଣାପଡ଼ିଛି।
ଏବେ ବି ଗୁଣି ଗାରେଡ଼ି ଉପରେ ଭରସା!
ସୂଚନାରୁ ଜଣାପଡିଛି ନନ୍ଦିନୀକୁ ଘରକୁ ନେଲା ପରେ ଡାକ୍ତରୀ ଚିକିତ୍ସା ଛାଡ଼ି ଗୁଣି ଗାରେଡ଼ି କରି ଚିକିତ୍ସା କରିଥିଲେ। କିନ୍ତୁ ନନ୍ଦିନୀଙ୍କ ସ୍ବାସ୍ଥ୍ୟରେ ଅବନ୍ନତୀ ଘଟି ବିଳମ୍ବିତ ରାତ୍ରୀରେ ମୃତ୍ୟୁବରଣ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ ବିଭାଗର ବାରମ୍ବାର ତାଗିଦ ସତ୍ବେ ଦାୟିତ୍ବରେ ଥିବା ବିଦ୍ୟାଳୟକର୍ତ୍ତୃପକ୍ଷ ରୋଗରେ ପଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ନକରାଇ, ଦରଖାସ୍ତ ଦେଲା ପରେ ପରିବାରକୁ ହସ୍ତାନ୍ତର କରି ଚିକିତ୍ସା ପାଇଁ ଛାଡ଼ିଦେଉଛନ୍ତି। ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୌଣସି ପ୍ରକାର ରୋଗ ହେଲେ ଗୁଣିଗାରେଡ଼ି, ଦିସାରୀ ଏବଂ କ୍ବାକ ଦ୍ବାରା ଚିକିତ୍ସା କରାଇବା ସାଧାରଣ କଥା।
ଆହୁରି ପଢ଼ନ୍ତୁ: Jemimah Rodrigues Got Emotional: ପ୍ରତିଶୋଧମୂଳକ ବିଜୟ ପରେ ବାପାଙ୍କୁ ଧରି କାନ୍ଦିଲେ ଜେମିମା, ଭାଇରାଲ ହେଲା ଭିଡିଓ
ତ୍ରୁଟି ଦେଖାଗଲେ କାର୍ଯ୍ୟାନୁଷ୍ଠାନ: ମଙ୍ଗଳ ଅଧିକାରୀ
ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ମହେନ୍ଦ୍ର ପାଲ କହିଛନ୍ତି ଗତକାଲି ରାତିରେ ନନ୍ଦିନୀଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ପରିବାରବର୍ଗ ମୋବାଇଲ୍ରେ ଫୋନ କରିଥିଲେ ଓ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ଆଣିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ଆଣିନଥିଲେ ଏବଂ ନନ୍ଦିନୀର ମୃତ୍ୟୁ ହୋଇଯାଇଥିଲା। ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ କହିଛନ୍ତି ଘଟଣା ସଂପର୍କରେ ଆମେ ଜିଲ୍ଲାପାଳଙ୍କୁ ଅବଗତ କରିଛୁ ଏବଂ ତଦନ୍ତ ପରେ ଯଦି କାହାର ତ୍ରୁଟି ଦେଖାଗଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଗ୍ରହଣ କରାଯିବ। ରାୟଗଡା ବ୍ଲକରେ ଚଳିତ ବର୍ଷ ମ୍ୟାଲେରିଆରେ ମୃତ୍ୟୁବରଣ କରିବା ଏହା ୩ୟ ଘଟଣା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/31/rayagada-2025-10-31-15-56-24.jpg)
