ନୂଆଦିଲ୍ଲୀ: ଓଲଟିଲା ବସ୍। 'ନର୍ମଦା ପରିକ୍ରମା' ପାଇଁ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହା ସହ ୫୫ ଜଣ ଆହତ ହୋଇଥିବା ପୁଲିସ କହିଛି। ଶୁକ୍ରବାର ସକାଳେ ମଧ୍ୟପ୍ରଦେଶର ବରୱାନି ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା। ଜଣେ ଅଧିକାରୀ କହିଛନ୍ତି ଯେ, ଇନ୍ଦୋର ଏବଂ ଧାର ଜିଲ୍ଲାରୁ ୫୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ସକାଳ ପ୍ରାୟ ୮ଟା ସମୟରେ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ବାଇଗୁର ଗାଁ ନିକଟରେ ଓଲଟି ପଡ଼ିଥିଲା।
ବରୱାନି ପୁଲିସ ଅଧୀକ୍ଷକ ଜଗଦୀଶ ଡାୱର କହିଛନ୍ତି ଯେ, "ଗାଡ଼ିଟି ପ୍ରଥମେ ଓଲଟି ପଡ଼ିବା ସହ ପରେ ଖସିବାକୁ ଲାଗିଥିଲା। ଏହା ପରେ ଏକ ଡିଭାଇଡରରେ ପିଟି ହେବା ପରେ ଅଟକିଯାଇଥିଲା। ଘଟଣାସ୍ଥଳ ନିକଟରେ ଏକ ଗଭୀର ଖାତ ଥିଲା। ଯଦି ବସ୍ଟି ଖାତକୁ ପଡ଼ିଥାନ୍ତା, ତେବେ ଦୁର୍ଘଟଣା ଆହୁରି ଭୟଙ୍କର ହୋଇଥାନ୍ତା ଏବଂ ଆହୁରି ଅଧିକ ଲୋକଙ୍କ ଜୀବନହାନୀ ଘଟିଥାନ୍ତା।"
ନର୍ମଦା ପରିକ୍ରମା ପାଇଁ ଯାତ୍ରୀଙ୍କୁ ଧରି ବାହାରିଥିଲା ବସ୍
ବରୱାନି ପୁଲିସ ଅଧୀକ୍ଷକଙ୍କ ମୁତାବକ, ନର୍ମଦା ପରିକ୍ରମା ପାଇଁ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ବସ୍ ଅକ୍ଟୋବର ୨୯ତାରିଖରେ ଇନ୍ଦୋରରୁ ବାହାରି ବରୱାନିରେ ପହଞ୍ଚିଥିଲା, ଯେଉଁଠାରେ ତୀର୍ଥଯାତ୍ରୀମାନେ ଗୋଟିଏ ଦିନ ବିତାଇ ଶୁକ୍ରବାର ସକାଳେ ସେମାନଙ୍କର ପରବର୍ତ୍ତୀ ଯାତ୍ରା ପାଇଁ ବାହାରିଥିଲେ। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି, ଏବଂ ଆହତଙ୍କ ମଧ୍ୟରୁ ୧୫ଜଣଙ୍କୁ ଚିକିତ୍ସା ପାଇଁ ବରୱାନି ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି। ବାକି ଥିବା ଅନ୍ୟମାନଙ୍କର ଖେତିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି।
ଚାଳକ ନିୟନ୍ତ୍ରଣ ହରାଇବାରୁ ବସ୍ ଓଲଟି ପଡ଼ିଥିଲା
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବସ୍ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବସ୍ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ପାନସେମଲର ବିଜେପି ବିଧାୟକ ଶ୍ୟାମ ବର୍ଡେ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଏହି ଦୁଃଖଦ ଦୁର୍ଘଟଣା ବିଷୟରେ ଅବଗତ କରାଇଛନ୍ତି ଏବଂ ରିଲିଫ୍ ସହାୟତା ସମ୍ପର୍କରେ ଆଲୋଚନା କରିଛନ୍ତି।
ଆହୁରି ପଢ଼ନ୍ତୁ: Tej Pratap Target Khesari Lal: ଖେସାରୀଙ୍କ ପେସାକୁ ନେଇ ସମାଲୋଚନା କଲେ ତେଜ ପ୍ରତାପ
ଆହୁରି ପଢ଼ନ୍ତୁ: Private Railway Station: ଚର୍ଚ୍ଚାରେ ଥିଲା ନବାବଙ୍କ ରାଜକୀୟ ଠାଣି: ଘର ଭିତରେ ଥିଲା ରେଳ ଷ୍ଟେସନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/31/bus-accident-2025-10-31-17-04-45.jpg)
