ପାଟନା: ଖେସାରୀ ଲାଲ୍ ଯାଦବ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି। ଏଥିପାଇଁ ସେ ନାମାଙ୍କନ ମଧ୍ୟ ଦାଖଲ କରିସାରିଛନ୍ତି। ଚଳଚ୍ଚିତ୍ର ପରେ, ଭୋଜପୁରୀ ସୁପରଷ୍ଟାର ଖେସାରି ଲାଲ ଯାଦବ ଏବେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିବେ। ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ତାଙ୍କୁ ସରଣ ଜିଲ୍ଲାର ଛପରା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ନିର୍ବାଚନ ପୂର୍ବରୁ ଜନଶକ୍ତି ଜନତା ଦଳର ନେତା ତେଜ ପ୍ରତାପ ଯାଦବ, ଖେସାରୀଙ୍କୁ କଟାକ୍ଷ କରିଛନ୍ତି।
#WATCH | #BiharElection2025 | On NDA 'sankalp patra', Janshakti Janata Dal Chief Tej Pratap Yadav says, "This is election season. Let's see what happens."
— ANI (@ANI) October 31, 2025
On RJD's Khesari Lal Yadav's "2 crore jobs" claim, he says, "What job will Khesari Lal provide? Nachne wala?" pic.twitter.com/19fVuu5w1o
ନାଚିବାର ଚାକିରି ଦେବେ କି ଖେସାରୀ?
ଖେସାରୀ ଲାଲ ଯାଦବଙ୍କ ମହାଗଠବନ୍ଧନ ୨ କୋଟି ଚାକିରି ଯୋଗାଇବ ବୋଲି କରୁଥିବା ଦାବି ଉପରେ ଗଣମାଧ୍ୟମ ପ୍ରତିକ୍ରିୟା ମାଗିବାରୁ ତେଜ ପ୍ରତାପ ଉତ୍ତର କହିଥିଲେ ଯେ, "ଖେସାରୀ ଲାଲ ବିହାର ଜନତାଙ୍କୁ କେଉଁ ଚାକିରି ଦେବେ, ନାଚିବାର ଚାକିରି? ଏବେ ନିର୍ବାଚନ ଚାଲିଛି, ଦେଖିବା କ’ଣ ହେଉଛି।"
ଏବେ ବିହାରର ନିର୍ବାଚନ ପ୍ରଚାରରେ "ନାଚନେ ୱାଲା" ଶବ୍ଦଟି ଚର୍ଚ୍ଚାରେ ରହିଛି। ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଖେସାରି ଲାଲ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆରଜେଡିକୁ ପ୍ରାର୍ଥୀ ନମିଳିବାରୁ ସେମାନେ ଜଣେ "ନାଚନେ ୱାଲେ"କୁ ପ୍ରାର୍ଥୀ କରିଦେଲେ। ବିରୋଧୀ ଦଳ ଚୌଧୁରୀଙ୍କ ଏହି ବୟାନକୁ ସମାଲୋଚନା କରିଥିଲେ।
ବିଜେପିରେ ସର୍ବାଧିକ କଳାକାର ଅଛନ୍ତି: ମନୋଜ ତିୱାରୀ
ଅନ୍ୟପକ୍ଷରେ ବିଜେପି ସାଂସଦ ମନୋଜ ତିୱାରୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, "କେହି ଏପରି ଶବ୍ଦ କହିନାହାଁନ୍ତି। ଏହା କିଛି ଲୋକଙ୍କର ଷଡ଼ଯନ୍ତ୍ର। ମୁଁ ସମ୍ରାଟ ଭାଇଙ୍କ ସହ କଥା ହୋଇଛି। ସେ କଳାକାରମାନଙ୍କୁ ବହୁତ ସମ୍ମାନ କରନ୍ତି। ଅଧିକାଂଶ କଳାକାର କେଉଁ ଦଳରେ ଅଛନ୍ତି? NDAରେ। ଅଧିକାଂଶ କଳାକାର ଭାରତୀୟ ଜନତା ପାର୍ଟିରେ ଅଛନ୍ତି। ତେଣୁ ଖେସାରୀ ବାବୁ, ଚିନ୍ତା କରନ୍ତୁ ନାହିଁ। ଆମେ କାହାର ବୃତ୍ତିକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମାନିଥାଉ।"
ଆହୁରି ପଢ଼ନ୍ତୁ: India Us Defence Framework: ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କଲେ ଭାରତ-ଆମେରିକା
ଆହୁରି ପଢ଼ନ୍ତୁ: Man Murdered Wife: ଫେସବୁକ ନିଶା ହେଲା କାଳ; ସ୍ତ୍ରୀର ଜୀବନ ନେଲା ସ୍ବାମୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/31/khesaritej-2025-10-31-16-03-22.jpg)
