ନୂଆଦିଲ୍ଲୀ: ବିଶ୍ୱସ୍ତରୀୟ ମହାଶକ୍ତି ମଧ୍ୟରେ ଏବେ ଶକ୍ତି ସଂଘର୍ଷ ଚାଲିଛି। କେଉଁ ଦେଶ କେତେ ମଜବୁତ ତାହା ପ୍ରମାଣ କରିବାରେ ଲାଗିପଡ଼ିଛନ୍ତି ଅନେକ ବଡ଼ ବଡ଼ ଦେଶ। ଏହି ପ୍ରତିଯୋଗିତା ମଧ୍ୟରେ ଭାରତ ଏବଂ ଆମେରିକା ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦୁଇ ଦେଶ ମଧ୍ୟରେ ରଣନୈତିକ ସମନ୍ୱୟର ଏକ ସଙ୍କେତ ଭାବରେ ବର୍ଣ୍ଣନା କରିଛନ୍ତି। ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ଏକ ବୈଠକରେ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଚୁକ୍ତିନାମା ସ୍ୱାକ୍ଷରିତ ହେବା ସମୟରେ ଆମେରିକାର ପ୍ରତିରକ୍ଷା ସଚିବ ପିଟର ହେଗସେଥ୍ ମଧ୍ୟ ଉପସ୍ଥିତ ଥିଲେ।

Advertisment

ଏହି ଚୁକ୍ତିନାମା ଏପରି ସମୟରେ କରାଯାଇଛି, ଯେତେବେଳେ ଶୁଳ୍କକୁ ନେଇ ଉତ୍ତେଜନା ପରେ ଉଭୟ ଦେଶ ସମ୍ପର୍କ ପୁନର୍ବାର ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକା ଭାରତୀୟ ଉତ୍ପାଦ ଉପରେ ୫୦ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହି ନିଷ୍ପତ୍ତି ପରେ ବି ଭାରତ ମୁଣ୍ଡ ନୁଆଁଉନଥିବା ଦେଖି ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ସମ୍ପର୍କ ସୁଧାରିବାକୁ ଅନେକ ସଙ୍କେତ ଦେଉଛନ୍ତି। ଏମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ, ରାଜନାଥ ସିଂହ ଟ୍ୱିଟରରେ ଲେଖିଛନ୍ତି, "ଏହା ଆମର ଦୃଢ଼ ପ୍ରତିରକ୍ଷା ସହଭାଗୀତାରେ ଏକ ନୂତନ ଯୁଗର ଆରମ୍ଭ।"

ପ୍ରତିରକ୍ଷା ସମ୍ପର୍କ ଆମ ସମ୍ପର୍କର ଏକ ଦୃଢ଼ ସ୍ତମ୍ଭ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଏହି ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ ଏବଂ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଏହା ଆମର ବଢ଼ୁଥିବା ରଣନୈତିକ ସମନ୍ୱୟର ସଙ୍କେତ ଦେଉଛି ଏବଂ ଏକ ନୂତନ ଦଶକର ସହଭାଗୀତାର ଆରମ୍ଭକୁ ଚିହ୍ନିତ କରିବ। ପ୍ରତିରକ୍ଷା ସମ୍ପର୍କ ଆମ ସମ୍ପର୍କର ଏକ ଦୃଢ଼ ସ୍ତମ୍ଭ। ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମୁକ୍ତ, ଖୋଲା ଏବଂ ନିୟମ-ଆଧାରିତ navigation ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ।

ଆହୁରି ପଢ଼ନ୍ତୁ: Jemimah Rodrigues Got Emotional: ପ୍ରତିଶୋଧମୂଳକ ବିଜୟ ପରେ ବାପାଙ୍କୁ ଧରି କାନ୍ଦିଲେ ଜେମିମା, ଭାଇରାଲ ହେଲା ଭିଡିଓ

ଆହୁରି ପଢ଼ନ୍ତୁ: No Fees Revenue Minister: ଏଣିକି ଓଡ଼ିଶାରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କରିବାକୁ ପଡ଼ିବନି କିସମ ପରିବର୍ତ୍ତନ ଫି