‘୩୦ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟି ଦେଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ’

Advertisment

କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ବିଜୟୱାଡା-ରାଞ୍ଚି କରିଡର ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟି ଠାରେ ୧୬ ତାରିଖରେ ଲଗାଣ ବର୍ଷା ଯୋଗୁଁ  ଭୂସ୍ଖଳନ ଘଟି ରାସ୍ତା ଟି ଭାସିଯାଇ ଏକ ବିରାଟ ଖାଲ ହୋଇଥିଲା।

କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ବିଜୟୱାଡା-ରାଞ୍ଚି କରିଡର ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟି ଠାରେ ୧୬ ତାରିଖରେ ଲଗାଣ ବର୍ଷା ଯୋଗୁଁ  ଭୂସ୍ଖଳନ ଘଟି ରାସ୍ତା ଟି ଭାସିଯାଇ ଏକ ବିରାଟ ଖାଲ ହୋଇଥିଲା।

1002643868

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ବିଜୟୱାଡା-ରାଞ୍ଚି କରିଡର ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟି ଠାରେ ୧୬ ତାରିଖରେ ଲଗାଣ ବର୍ଷା ଯୋଗୁଁ  ଭୂସ୍ଖଳନ ଘଟି ରାସ୍ତା ଟି ଭାସିଯାଇ ଏକ ବିରାଟ ଖାଲ ହୋଇଥିଲା। ଜାତୀୟ ରାଜପଥ ବିଭାଗ ତରଫରୁ ଅସ୍ଥାୟୀ ରାସ୍ତା ତିଆରି କାମ ଚାଲିଥିବା ବେଳେ ଗତକାଲି ମଧ୍ୟାହ୍ନ ସମୟରେ ପ୍ରବଳ ବର୍ଷା ଯୋଗୁଁ ପୁଣି ଥରେ ସେହି ସ୍ଥାନରେ ଭୂସ୍ଖଳନ ହୋଇଥିଲା। ଫଳରେ ପ୍ରଥମ ଭୂସ୍ଖଳନ ରେ ପାହାଡ଼ରେ ଅଟକି ରହିଥିବା ବିରାଟ ବିରାଟ ପଥର ଖସିବା ଫଳରେ କିଛି ମାତ୍ରାରେ ତିଆରି ହୋଇଥିବା ରାସ୍ତା ଧୋଇ ଯାଇଥିଲା।

ଆଜି ସକାଳୁ ବିଭାଗ ପକ୍ଷରୁ କାମ ଆରମ୍ଭ କରାଯାଇଛି। ଗତକାଲି ଦ୍ଵିତୀୟ ଥର ଭୂସ୍ଖଳନ ଖବର ପାଇ କନ୍ଧମାଳ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ବାଟ ଚଲା ରାସ୍ତା ହୋଇପାରିଛି। କିନ୍ତୁ ତାହା ବିପଦ ପୂର୍ଣ୍ଣ ରହିବ। ଆଗକୁ ଆହୁରି ଲଘୁଚାପଜନିତ ବର୍ଷା ଥିବାରୁ ରାସ୍ତା ତିଆରି ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ତାସହ କିଛି ବଡ଼ ବଡ଼ ପଥର ପାହାଡ଼ରେ ଅଟକି ରହିଛି ସେଗୁଡ଼ିକୁ କିପରି ତଳକୁ ଖସା ଯାଇ ପାରିବ ସେଥିପାଇଁ ବାହାରୁ ଦୁଇଟି ଟିମ୍ ଭଞ୍ଜନଗର ଏବଂ ସୋନପୁରରୁ ଆସୁଛନ୍ତି। ସେମାନଙ୍କ ପରାମର୍ଶ ଅନୁଯାୟୀ ପାହାଡ଼ରୁ ପଥର ଖସା ଯାଇ କାମ ତ୍ୱରାନ୍ୱିତ କରାଯିବ। ୩୦ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟି ଦେଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି।

 Kandhamal 

ରିପୋର୍ଟ: ସମୀର ପାଢ଼ୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe