Advertisment

Good News: କହିକହି ଥକିଗଲେ... ଶେଷରେ ଗ୍ରାମବାସୀ ନିର୍ମାଣ କଲେ ରାସ୍ତା

Advertisment

ଦୀର୍ଘଦିନ ଧରି ଅବହେଳିତ ରହିଆସୁଥିବା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକପୋଡ଼ି ପଞ୍ଚାୟତର ୧୧ ନମ୍ୱର୍ ୱାର୍ଡର ବାଡେନାଜୁ ଗ୍ରାମର ରାସ୍ତା ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାହାର ନଜର କୁ ଆସିଲାନି କି ସମାଧାନ ନ ହେବାରୁ ଶେଷରେ ଗ୍ରାମବାସୀ ନିଜସ୍ଵ ଉଦ୍ୟମରେ ରାସ୍ତା ନିର୍ମାଣ କରିଛନ୍ତି।

ଦୀର୍ଘଦିନ ଧରି ଅବହେଳିତ ରହିଆସୁଥିବା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକପୋଡ଼ି ପଞ୍ଚାୟତର ୧୧ ନମ୍ୱର୍ ୱାର୍ଡର ବାଡେନାଜୁ ଗ୍ରାମର ରାସ୍ତା ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାହାର ନଜର କୁ ଆସିଲାନି କି ସମାଧାନ ନ ହେବାରୁ ଶେଷରେ ଗ୍ରାମବାସୀ ନିଜସ୍ଵ ଉଦ୍ୟମରେ ରାସ୍ତା ନିର୍ମାଣ କରିଛନ୍ତି।

Untitled-17

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଦୀର୍ଘଦିନ ଧରି ଅବହେଳିତ ରହିଆସୁଥିବା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକପୋଡ଼ି ପଞ୍ଚାୟତର ୧୧ ନମ୍ୱର୍ ୱାର୍ଡର ବାଡେନାଜୁ ଗ୍ରାମର ରାସ୍ତା ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାହାର ନଜରକୁ ଆସିଲାନି କି ସମାଧାନ ନ ହେବାରୁ ଶେଷରେ ଗ୍ରାମବାସୀ ନିଜସ୍ଵ ଉଦ୍ୟମରେ ରାସ୍ତା ନିର୍ମାଣ କରିଛନ୍ତି। ସରକାରୀ ସହାୟତା ମିଳିନଥିବାରୁ ଗ୍ରାମବାସୀ ମିଳିତ ଭାବେ ନିଜସ୍ୱ ଉଦ୍ୟମରେ ନିଜେ ପାରିଶ୍ରମିକ ଏବଂ ଅର୍ଥ ଖର୍ଚ୍ଚ କରି ଏହି କାର୍ଯ୍ୟ ସଫଳ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରାସ୍ତାଟି ଦୀର୍ଘଦିନ ଧରି ଭଗ୍ନ ଅବସ୍ଥାରେ ଥିବାରୁ ଯାତାୟତ, ଛାତ୍ରଛାତ୍ରୀ କିମ୍ବା ରୋଗୀଙ୍କ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଥିଲା। ବର୍ଷାଦିନରେ ରାସ୍ତାଟି ପୂରାପୂରି ଅଚଳ ହୋଇ ଯାଉଥିବାରୁ ଗ୍ରାମବାସୀ ବହୁ ସମସ୍ୟାରେ ସମ୍ମୁଖୀନ ହେଉଥିଲେ।

ଏନେଇ ଅନେକ ଥର ବିଭାଗୀୟ ଅଧିକାରୀ ଏବଂ ଜନପ୍ରତିନିଧିଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା। ସେପଟେ ସରପଞ୍ଚ ଝରଣା ପ୍ରଧାନ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ ଏହି ରାସ୍ତା କାମ ବିଷୟରେ ଘୁମୁସର ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି। ସେପଟେ ଗ୍ରାମବାସୀ ଓ ସ୍ଥାନୀୟ ଯୁବକ ସଂଘ ଜନଅଭିଯୋଗ ଶୁଣାଣି ମାଧ୍ୟମରେ ମଧ୍ୟ ଅଭିଯୋଗ କରିଥିଲେ। ତଥାପି ସୁଫଳ ମିଳିଲା ନାହିଁ। ଏହା ପରେ ଗ୍ରାମସଭାରେ ଆଲୋଚନା କରି ଗ୍ରାମବାସୀ ନିଜ ଖର୍ଚ୍ଚ ଓ ଶ୍ରମଦାନରେ ରାସ୍ତା ନିର୍ମାଣ କରିବାକୁ ସିଦ୍ଧାନ୍ତ ନେଇଥିଲେ।

ଆହୁରି ପଢ଼ନ୍ତୁ: Sports: ତୃଣମୂଳସ୍ତରରୁ ଖେଳର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର କାମ କରୁଛନ୍ତି: କ୍ରୀଡ଼ାମନ୍ତ୍ରୀ

ପକ୍କା ରାସ୍ତା ପାଇଁ ହେବ ଦାବି

ତେବେ ଆଜି ଗ୍ରାମର କରୁଣାକର ପ୍ରଧାନ, ଅରୁଣ କୁମାର ପ୍ରଧାନ, ସୁଆର ପ୍ରଧାନ, ନହସନ ନାୟକ, ସୀମାଞ୍ଚଳ ନାୟକ ସମେତ ଅନେକ ଯୁବକ, ମହିଳାମାନେ ଏହି କାର୍ଯ୍ୟରେ ସକ୍ରିୟ ଭାବେ ଯୋଗଦେଇ ନିଜସ୍ଵ ପାଣ୍ଠିରୁ ଅର୍ଥ ଆଦାୟ କରି ରାସ୍ତା ନିର୍ମାଣ କରିଥିବା ଦୃଶ୍ୟ ଦେଖିବା ପରେ ସରକାରଙ୍କ ଗାଁର ବିକାଶ ଯୋଜନା ଫିୟୁଜ ହେଲା ଭଳି ମନେ ହେବା ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ରାସ୍ତା ନିର୍ମାଣ ପରେ ନିଜ ଗ୍ରାମ ସହିତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ସଂଯୋଗ ବ୍ୟବସ୍ଥାରେ ସୁଧାର ଆସିବ। ସେମାନେ ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ରାସ୍ତାଟିକୁ ପକ୍କା କରିବା ପାଇଁ ଦାବି କରାଯିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: Paddy: ମଣ୍ଡି ଖୋଲାଯାଇଛି, ଧାନ କିଣା ହେଉନି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe