ବିଦ୍ୟୁତ ବିଭାଗ ବେପରୁଆ: ଦୁର୍ବଳ ଖୁଣ୍ଟ ପଡି ଯୁବତୀଙ୍କ ମୃତ୍ୟୁ

Advertisment
ଆଶ୍ରମ ସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ଫୁଲବାଣୀ: ଗ୍ରାମବାସୀଙ୍କ ଦାବିକୁ ଶୁଣିଲା ନାହିଁ ବିଦ୍ୟୁତ ବିଭାଗ। କମ ଗଭୀରରେ ବିଦ୍ୟୁତ ଖୁଣ୍ଟ ପୋତା ହେଲା। ବିଭାଗର ବେପରୁଆ କାମ ପାଇଁ ଦୁର୍ବଳ ଖୁଣ୍ଟ ପଡି ଜଣେ ଯୁବତୀଙ୍କ ଜୀବନ ଯାଇଛି। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବ୍ରାହ୍ମଣପାଦ ଓଡିଆସାହିରେ ଶୁକ୍ରବାର ସକାଳେ ଏହି ଦୁଃଖଦ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ବ୍ରାହ୍ମଣପାଦ ଓଡିଆସାହିର ପୀତବାସ ସାହୁଙ୍କ ସାନଝିଅ ପ୍ରତିମା ସାହୁ(୨୦) ସକାଳ ୮ଟାରେ ଗାଁ ନଳକୂପକୁ ପାଣି ଆଣିବାକୁ ଯାଇଥିଲେ। ପାଣି ଧରି ପ୍ରତିମା ଘରକୁ ଫେରିବା ସମୟ ତାଙ୍କ ଉପରେ ଦୁର୍ବଳ ବିଦ୍ୟୁତ ଖୁଣ୍ଟଟି ପଡି ଯାଇଥିଲା। ଏଥିରେ ପ୍ରତିମା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଅବସ୍ଥା ଅଧିକ ଗୁରୁତର ହେବାରୁ ପ୍ରତିମାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏଠାରେ ଦିନ ୧୨ଟାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରତିମାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ପରିବାର ଓ ଗାଁରେ ଶୋକରଛାୟା ଖେଳି ଯାଇଛି। ଅଧିକ ଗଭୀର କରି ଖୁଣ୍ଟି ପୋତାଯାଇ ନଥିଲା। ଏହା ସାଙ୍ଗକୁ ଖୁଣ୍ଟଟି ଦୁର୍ବଳ ଥିଲା। ବିଦ୍ୟୁତ ବିଭାଗର ବେପରୁଆ କାର୍ଯ୍ୟ ପାଇଁ ଏଭଳି ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତିି। ମୃତକ ପ୍ରତିମାଙ୍କ ପରିବାରକୁ ବିଦ୍ୟୁତ ବିଭାଗ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ହୋଇ ପଡିଛି। ନ ହେଲେ ଏହାକୁ ନେଇ ଆନ୍ଦୋଳନ କରାଯିବ ବୋଲି କିଛି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe