Woman Dead: ମୁଣ୍ଡ‌ ଉପରେ ଖସିପଡ଼ିଲା ଅମୃତଭଣ୍ଡା, ମହିଳାଙ୍କର ମୃତ୍ୟୁ

Advertisment

କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଗ୍ରାମର ଚନ୍ଦ୍ରକଳା ଦିଗାଳ ମଧ୍ୟହ୍‌ଣ ଭୋଜନ ପାଇଁ ଅମୃତଭଣ୍ଡା ତରକାରୀ କରିବାକୁ ଭାବିଥିଲେ। ଏଥି ପାଇଁ ସେ ନିଜ ବାଡ଼ିରୁ ଅମୃତଭଣ୍ଡା ତୋଳିବାକୁ ଯାଇଥିଲେ। ତେବେ ଅମୃତଭଣ୍ଡା ତାଙ୍କର ଜୀବନ ନେବ ବୋଲି ଚିନ୍ତା କରି ନଥିଲେ।

Updated On

କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଗ୍ରାମର ଚନ୍ଦ୍ରକଳା ଦିଗାଳ ମଧ୍ୟହ୍‌ଣ ଭୋଜନ ପାଇଁ ଅମୃତଭଣ୍ଡା ତରକାରୀ କରିବାକୁ ଭାବିଥିଲେ। ଏଥି ପାଇଁ ସେ ନିଜ ବାଡ଼ିରୁ ଅମୃତଭଣ୍ଡା ତୋଳିବାକୁ ଯାଇଥିଲେ। ତେବେ ଅମୃତଭଣ୍ଡା ତାଙ୍କର ଜୀବନ ନେବ ବୋଲି ଚିନ୍ତା କରି ନଥିଲେ।

ଅଦ୍ୟତନ ହୋଇଛି
Untitled-19

Baliguda woman killed after fall papaya on her. Photograph: (sambad.in)

ବାଲିଗୁଡ଼ା (ସନ୍ତୋଷ କୁମାର ଦାସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଅମୃତଭଣ୍ଡା ତୋଳିବା ସମୟରେ ତାଙ୍କର ଅମୂଲ୍ୟ ଜୀବନ ଚାଲିଯାଇଛି।

ଗୋଛାପଡ଼ା ଗ୍ରାମର ଚନ୍ଦ୍ରକଳା ଦିଗାଳ ମଧ୍ୟହ୍‌ଣ ଭୋଜନ ପାଇଁ ଅମୃତଭଣ୍ଡା ତରକାରୀ କରିବାକୁ ଭାବିଥିଲେ। ଏଥି ପାଇଁ ସେ ନିଜ ବାଡ଼ିରୁ ଅମୃତଭଣ୍ଡା ତୋଳିବାକୁ ଯାଇଥିଲେ। ତେବେ ଅମୃତଭଣ୍ଡା ତାଙ୍କର ଜୀବନ ନେବ ବୋଲି ଚିନ୍ତା କରି ନଥିଲେ। ଗଛରୁ ତୋଳିବା ସମୟରେ ବେଳେ ତାଙ୍କର ମୁଣ୍ଡ ଓ ଛାତିରେ କିଛି ଅମୃତଭଣ୍ଡା ଖସି ପଡ଼ିଥିଲା। ଘଟଣାସ୍ଥଳରେ ଚନ୍ଦ୍ରକଳା ଅଚେତ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଡାକ୍ତରଖାନାରେ ଚନ୍ଦରାଳାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। 

ଆହୁରି ପଢ଼ନ୍ତୁ: Superkilonova : ମହାକାଶରେ ମହାବିସ୍ଫୋରଣ, ପ୍ରତ୍ୟକ୍ଷ ପ୍ରମାଣ ପାଇଲେ ବୈଜ୍ଞାନିକ

ଜୀବନ ପାଣି ଫୋଟକା ଭଳି। ମାତ୍ର କେଇ ସେକେଣ୍ଡ ମଧ୍ୟରେ ଏହା ଚାଲି ଯାଇପାରେ। କୌଣସି ମୁହୂର୍ତ୍ତରେ ଜୀବନରେ କିଛି ବି ଅଘଟଣ ଘଟିପାରେ। ଆପଣ ଯେତେ ସତର୍କ ରହନ୍ତୁ ପଛେ, ମୃତ୍ୟୁ କେତେବେଳେ ଓ କେମିତି ଆସିବ, ସେକଥା ଜାଣି ପାରିବେ ନାହିଁ।

ଅଭାବନୀୟ ଘଟଣା ନେଇ ଚର୍ଚ୍ଚା

ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ଅଧିକାରୀ ସମ୍ବିତ୍ ସ୍ବାଇଁ ପହଁଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୋଚ୍ଛାପଡ଼ାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହେଉଛି। ଏହି ଅଭାବନୀୟ ମୃତ୍ୟୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: Temperature in kandhamala: ଖସୁଛି ପାରଦ, ଥରୁଛି କନ୍ଧମାଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe