ରାଜ୍ୟ ରାଜପଥ ମରାମତି କଲେ ସ୍ବେଚ୍ଛାସେବୀ; କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ

Advertisment

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହର ଦେଇ ଯାଇଛି ରାଜ୍ୟ ସରକାରଙ୍କ ପୁର୍ତ୍ତ ବିଭାଗର ରାଜ୍ୟ ରାଜପଥ ଘୁ.ଉଦୟଗିରି ଠାରୁ ସାରଙ୍ଗଡ଼ ଯାଇଥିବା ବେଳେ ଘୁ.ଉଦୟଗିରି ସହରର ଚକରା ବିଷୋୟୀ ଛକ ଠାରୁ କଳିଙ୍ଗ ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ମରଣ ଯନ୍ତା ପାଲଟିଛି।

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହର ଦେଇ ଯାଇଛି ରାଜ୍ୟ ସରକାରଙ୍କ ପୁର୍ତ୍ତ ବିଭାଗର ରାଜ୍ୟ ରାଜପଥ ଘୁ.ଉଦୟଗିରି ଠାରୁ ସାରଙ୍ଗଡ଼ ଯାଇଥିବା ବେଳେ ଘୁ.ଉଦୟଗିରି ସହରର ଚକରା ବିଷୋୟୀ ଛକ ଠାରୁ କଳିଙ୍ଗ ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ମରଣ ଯନ୍ତା ପାଲଟିଛି।

G udayagiri

ଘୁ.ଉଦୟଗିରି: ଯେଉଁ କାମ ରାଜ୍ୟ ସରକାରଙ୍କ ସେଇ କାମକୁ ନିଜ ହାତରେ କରୁଛନ୍ତି ଯୁବଗୋଷ୍ଠୀ। ଏହିଭଳି ଏକ ଭଲ ଦୃଶ୍ୟ ଦେଖିବାକୁ ମିଳିଛି ଘୁ.ଉଦୟଗିରି ସହରରେ। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହର ଦେଇ ଯାଇଛି ରାଜ୍ୟ ସରକାରଙ୍କ ପୁର୍ତ୍ତ ବିଭାଗର ରାଜ୍ୟ ରାଜପଥ ଘୁ.ଉଦୟଗିରି ଠାରୁ ସାରଙ୍ଗଡ଼ ଯାଇଥିବା ବେଳେ ଘୁ.ଉଦୟଗିରି ସହରର ଚକରା ବିଷୋୟୀ ଛକ ଠାରୁ କଳିଙ୍ଗ ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ମରଣ ଯନ୍ତା ପାଲଟିଛି। ପ୍ରତ୍ୟକ ଦିନ ଏହି ରାସ୍ତାରେ ଦୁର୍ଘଟଣାର ଶିକାର ହେଉଛନ୍ତି ବାଇକ ଚାଳକମାନେ। ରାସ୍ତା ଖରାପ ହୋଇ ଗୁଡି ଭାସୁଛି।

ରାସ୍ତାରେ ବାଇକ ଚଳେଇ କି ଗଲେ ବାଇକ ସ୍ଲିପ ହେଇ ଦୁର୍ଘଟଣା ଘଟି ବାଇକ ଚାଳକମାନେ ଆହତ ହେଉଛନ୍ତି। ଏହିଭଳି ଦୀର୍ଘ ଦିନ ଚାଲିବା ପରେ ଶିବ ମନ୍ଦିର ରୋଡ୍‌ରେ କିଛି ସ୍ବେଛାସେବୀ ଯୁବକ ଅଣ୍ଟା ଭିଡି ହାତରେ କୋଡ଼ି, ବେଲଚା ଧରି ମାଟି ପଥର ଆଣି ରାସ୍ତାରେ ପକେଇ ସମତଳ କରିବା ସହ ରାସ୍ତା ମରାମତି କରୁଥିବା ଦୃଶ୍ୟ ଦେଖିବା ପରେ ପୂର୍ତ୍ତ ବିଭାଗର ପାରିବା ପଣିଆ ପଦାରେ ପଡ଼ିବା ସହ ରାଜ୍ୟ ସରକାରଙ୍କ ବିକାଶ ନାରା ଏକ ଫମ୍ପା ନାରା ଭଳି ଅନୁଭବ ହେଉଛି।

ଏହିଭଳି ଭଲ କାର୍ଯ୍ୟ କରି ଏହି ଯୁବକମାନେ ସମାଜ ପାଇଁ ଏକ ଉଦାହରଣ ପଲଟିବା ସହ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିବା ପ୍ରୟାସ କରିଛନ୍ତି। ସରକାର ମରାମତି ନ କଲେ ନାହିଁ ଆମେ ତ ଯୁବକ ଆମ ରାସ୍ତା ଖଲଖମା ହେଲେ ମାଟି ମୁଠେ ତ ପକେଇ ସମତୁଲ କରିପାରିବୁ।ରାସ୍ତା ନିର୍ମାଣକୁ ଏକ ବର୍ଷ ବିତିନି  ଅର୍ଥାତ ରାସ୍ତା ନଷ୍ଟ ହୋଇଗଲାଣି।

ଏହି ରାସ୍ତା ମରାମତି କରିବାକୁ ପୂର୍ତ୍ତ ବିଭାଗ ଅଧିକାରୀ ଭୁଲି ଯାଇଛନ୍ତି। ଏହି ରାସ୍ତା ଦେଇ ପ୍ରତ୍ୟକ ଦିନ ବିଭିନ୍ନ ସରକାରୀ ଅଧିକାରୀ ଯାତାୟତ କରୁଛନ୍ତି ହେଲେ ମରଣଯନ୍ତା ପାଲଟିଥିବା ରାସ୍ତା ପ୍ରତି କାହାର ନଜର ନାହିଁ ବିଶେଷ କରି ପୂର୍ତ୍ତ ବିଭାଗ ଯନ୍ତ୍ରୀ ରାସ୍ତା ମରାମତି କରିବାକୁ ଭୁଲି କୁମ୍ଭକର୍ଣ୍ଣ ପାଲଟି ଯାଇଛନ୍ତି। 

G. Udayagiri | Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe