ଫୁଲବାଣୀରେ ଫୁଟିଲା ଗୁଳି: ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡରେ ଯୁବକ ଗୁରୁତର

ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣଙ୍କର ଚାଲିଗଲା ଜୀବନ, ଆଉ ଜଣେ ଗୁରୁତର

image source--new indian express

ଫୁଲବାଣୀ: ଫୁଲବାଣୀରେ ଫୁଟିଲା ଗୁଳି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଡାକପାଲାରେ ଗୁଳିକାଣ୍ଡ ହୋଇଛି। ଡାକପାଲା ମଝିଆ ସାହିର ଯୁବକ ଅଜିତ ପ୍ରଧାନଙ୍କୁ ଉପରସାହିର ବୀଜବନ ବିନ୍ଧାଣୀ ନାମକ ଜଣେ ଯୁବକ ଦୁଇ ରାଉଣ୍ଡ ଗୁଳି ମାରିଛି। ଏହାଫଳରେ ଅଜିତ ଗୁରୁତର ଭାବେ ଆହତ ହୋଇଛନ୍ତି। ତା'ଦେହରେ ଦୁଇଟି ଗୁଳି ବାଜିଥିବାରୁ, ତାଙ୍କୁ ପ୍ରଥମେ ଫୁଲବାଣୀ ମେଡିକାଲ ତାପରେ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଏହି ଖବର ପାଇ ଫୁଲବାଣୀ ଟାଉନ ଥାନା ପୁଲିସ ଡାକପାଲାକୁ ଯାଇ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି।ଗୁଳିକାଣ୍ଡରେ ଆହତ ହୋଇଥିବା ପରିବାର ଲୋକଙ୍କ କହିବା ଅନୁସାରେ, ଅଜିତ ଗତରାତିରେ ଉପରସାହିରେ ରହୁଥିବା ତାଙ୍କ ମା'ଙ୍କ ପାଖକୁ ଯାଇଥିଲା। ଏହି ସମୟରେ ବୀଜବନ ବିନ୍ଧାଣୀ ତାଙ୍କୁ ଏକୁଟିଆ ଦେଖି ଗୁଳି ମାରିଥିଲା। ଗୁଳି ଶବ୍ଦ ଶୁଣି ସାହିଲୋକ ଏକତ୍ରିତ ହୋଇଯାଇଥିଲେ ଏବଂ ଅଜିତଙ୍କୁ ସେଠାରୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ଏହି ସମୟରେ ବୀଜବନ ଫେରାର ହୋଇଯାଇଥିଲା। ତେବେ ତାକୁ ତୁରନ୍ତ ଗିରଫ କରାଯାଉ ବୋଲି ଆହତଙ୍କ ଘରଲୋକ ଏବଂ ସାହିବାସିନ୍ଦାମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe