ଘରକୁ ଆସିଥିବା ଯୁବକକୁ ହତ୍ୟା

ଅଭିଯୁକ୍ତ ମହିଳା ଓ ସହଯୋଗୀ ଅଟକ

ଘରକୁ ଆସିଥିବା ଯୁବକକୁ ହତ୍ୟା

ଚକାପାଦ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ନନ୍ଦିନୀ ଗ୍ରାମରେ ଭଗବାନ ପ୍ରଧାନ ନାମକ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ଓ ପଥର ଛେଚି ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ପଡୋଶୀ କୁନି ମହାପାତ୍ର ଓ ତାଙ୍କ ସହଯୋଗୀ ଅକ୍ଷୟ ରଣାଙ୍କୁ ଅଟକ ରଖିିଛି। ପୁଲିସ ହତ୍ୟାରେ ବ୍ୟବହୃତ କାଠ ଫାଳିଆ ଓ ପଥର ଜବତ କରିଛି। ହତ୍ୟାର ପ୍ରକୃତ କାରଣ ଜଣା ପଡ଼ି ନାହିଁ। ଉଭୟଙ୍କୁ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା ଚାଲିଛି। ଏନେଇ ଚକାପାଦ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ ଭଗବାନଙ୍କର ଦାରିଙ୍ଗିବାଡ଼ି ବଜାରରେ ଏକ ଫାଷ୍ଟଫୁଡ୍‌ ଦୋକାନ ଅଛି । ଗତକାଲି ପୌଷ ପୂର୍ଣ୍ଣିମା ଥିବାରୁ ନିଜ ଗ୍ରାମ ନନ୍ଦିନୀକୁ ପରିବାର ସହ ବୁଲିବାକୁ ଆସିଥିଲେ। ରାତି ପ୍ରାୟ ସାଢେ ୧୦ଟା ସମୟରେ ପଡ଼ୋଶୀ କୁନି ମହାପାତ୍ରଙ୍କ ଘରକୁ ବୁଲିବାକୁ ଯାଇଥିଲେ ଭଗବାନ। ଏ ସମୟରେ କୁନି ଓ ଅକ୍ଷୟ ରଣା ଅତର୍କିତ ଭାବେ ଭଗବାନଙ୍କ ମୁଣ୍ଡକୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଭଗବାନ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡିଯିବା ପରେ ଘରୁ ଘୋଷାଡ଼ି ଘୋଷାଡ଼ି ନେଇ ପ୍ରାୟ ଶହେ ମିଟର ଦୂର ଅନ୍ୟ ଜଣଙ୍କ ବାଡ଼ିପଟେ ପକାଇ ପଥର ଦ୍ୱାରା ମୁଣ୍ଡକୁ ଛେଚି ଦେଇଥିଲେ। ଭଗବାନଙ୍କ ମୃତ୍ୟୁ ପରେ କୁନି ଓ ଅକ୍ଷୟ ଘରକୁ ଫେରି ଚୁପଚାପ ରହିଥିଲେ।

publive-imageଆଜି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଚକାପାଦ ଥାନା ଅଧିକାରୀ ହରିବନ୍ଧୁ ପରିଡ଼ା, ଏସଆଇ ସୀମା ନାୟକ, ଏସଡିପିଓ ଏ.କେ. ପାଣିଗ୍ରାହୀ, ପସରା ଫାଣ୍ଡି ଅଧିକାରୀ ଅତିଥି ଚରଣ ନାୟକ ଓ ଫୁଲବାଣୀ ଡିଏସପି ଇତିକାନ୍ତ ମହାପାତ୍ରଙ୍କ ସମେତ ସାଇଣ୍ଟିଫିକ ଟିମ ଗାଁରେ ପହଞ୍ଚିଥିଲେ। ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ମୃତ ଭଗବାନଙ୍କ ସାନଭାଇ ପ୍ରତାପ ପ୍ରଧାନଙ୍କ ଏତଲା ଭିତ୍ତିରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି। ସୂଚନାଯୋଗ୍ୟ, କୁନିଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି। ଏହାପରେ ତାଙ୍କ ପ୍ରେମିକ ବୋଲି କୁହାଯାଉଥିବା ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ବରଗାଁର ଅକ୍ଷୟ ରଣା କୁନିଙ୍କ ଘରେ ରହୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe