ଟିକାବାଲି : ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା

ଦିନ ଦି’ପହରେ ରାସ୍ତା ଉପରେ ହାଣିଦେଲେ : ଯୁବକ ମୃତ, ଗାଡ଼ି, ଭୁଜାଲି ଜବତ

ଟିକାବାଲି : ଆଜି ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍‌ ସାରଙ୍ଗଗଡ଼ ଥାନା ପାବୁରିଆରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଛି। ସନ୍ଧ୍ୟାରେ ଦୁର୍ବୃତ୍ତମାନେ ସଚ୍ଚିଦାନନ୍ଦ ନାୟକ(୪୨) ନାମକ ବ୍ୟକ୍ତିଙ୍କୁ ଗୋଡ଼ାଇ ଖଣ୍ଡାରେ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତିା ଏପରିକି ଖଣ୍ଡା ଚୋଟରେ ସଚ୍ଚିଦାନନ୍ଦଙ୍କ ବାମ ହାତ ଛିଣ୍ଡି ଯାଇଥିବା ବେଳେ ବେକରେ ଗଭୀର ଆଘାତ ଲାଗିଛି। ସଚ୍ଚିଦାନନ୍ଦଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ରାସ୍ତା ଉପରେ ପଡ଼ି ରହିଛି। ବ୍ୟବସାୟୀମାନେ ଭୟରେ ଦୋକାନ ବଜାର ବନ୍ଦ କରି ପଳାଇ ଯାଇଥିବା ଦେଖାଯାଇଛି। ଘଟଣାସ୍ଥଳରେ ଏସ୍‌ଡିପିଓ ଜୟକୃଷ୍ଣ ବେହେରା ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ତେବେ ସଚ୍ଚିଦାନନ୍ଦ ଜଣେ ବିଜେପି କର୍ମୀ ହୋଇଥିବାରୁ ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ଶତ୍ରୁତାରୁ ହତ୍ୟା କରା ଯାଇଥିବା ପୁଲିସ ଅନୁମାନ କରୁଛି। ସୂଚନା ମୁତାବକ ଆଜି ସନ୍ଧ୍ୟା ୬ଟା ବେଳେ ତିନିରୁ ଚାରିଜଣ ଯୁବକ ଖଣ୍ଡା ଧରି ସଚ୍ଚିଦାନନ୍ଦଙ୍କୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଭୟରେ ସ୍ଥାନୀୟ ଲୋକେ ଦେଖୁଥିଲେ ମଧ୍ୟ କେହି ପାଟି ଖୋଲିବାକୁ ସାହସ କରିପାରି ନଥିଲେ। ଶେଷରେ ସଚ୍ଚିଦାନନ୍ଦ ରାଜସ୍ବ କାର୍ଯ୍ୟାଳୟ ନିକଟରେ ପଡ଼ିଯିବା ପରେ ଯୁବକମାନେ ତାଙ୍କୁ ଚୋଟ ପରେ ଚୋଟ ମାରି ଚାଲିଥିଲେ। ଘଟଣାସ୍ଥଳରେ ହିଁ ସଚ୍ଚିଦାନନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସ ପହଞ୍ଚି ଶବକୁ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe