ଘର ଚୂନ ମାରିବା ସମୟରେ ଅଘଟଣ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମିସ୍ତ୍ରୀ ମୃତ

Advertisment
ଘର ଚୂନ ମାରିବା ସମୟରେ ଅଘଟଣ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମିସ୍ତ୍ରୀ ମୃତ

Hindustan

ଫୁଲବାଣୀ: ଫୁଲବାଣୀ ସହର ଅମଲାପଡାରେ ଏକ କୋଠା ଘରେ ଚୂନ ମାରିବା ସମୟରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ରଙ୍ଗ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତ ମିସ୍ତ୍ରୀ ଜଣକ ହେଲେ ଲାଇନପଡାର ରାକେଶ କୁମାର ମୁଖୀ(୨୫)। ଘର ମାଲିକଙ୍କ ବରାଦ ଅନୁଯାୟୀ ରାକେଶ ଆଜି ଦୁଇ ମହଲା କୋଠା ଘର ଉପରେ ଚଢି ଚୂନ ମାରୁଥିଲେ। ହଠାତ୍ ପାଖରେ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ସେ ଲାଗି ଯାଇଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗୁରୁତର ଆହତ ରକେଶଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଥିଲେ। କରୋନା ପାଇଁ ଫୁଲବାଣୀ ସହରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି।

କେହି ପଦାକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ରହିଛି। ଏଭଳି ସ୍ଥଳେ କିଭଳି ମାଲିକ ଘରର ଚୂନ କରିବାକୁ ମିସ୍ତ୍ରୀ ରାକେଶକୁ ଲଗାଇଥିଲେ ତାହା ତଦନ୍ତ ସାପେକ୍ଷ। ରାକେଶ ଜଣେ ଭଲ ଚୂନ ମିସ୍ତ୍ରୀ ଭାବେ ସମଗ୍ର ଫୁଲବାଣୀ ସହରରେ ଜଣାଶୁଣା। ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଫୁଲବାଣୀ ଟାଉନ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe