ସୀମାନ୍ତରେ କଙ୍ଗାରୁ କୋର୍ଟ; ପିଲା ଚୋରି ଘଟଣାରେ ଚୋରକୁ ଗ୍ରାମବାସୀ ପିଟି ପିଟି ମାରିଦେଲେ

Advertisment

୪ ଜଣକୁ ପୁଲିସ ଗିରଫ କରିଛି

୪ ଜଣକୁ ପୁଲିସ ଗିରଫ କରିଛି

ସୀମାନ୍ତରେ କଙ୍ଗାରୁ କୋର୍ଟ; ପିଲା ଚୋରି ଘଟଣାରେ ଚୋରକୁ ଗ୍ରାମବାସୀ ପିଟି ପିଟି ମାରିଦେଲେ

Sambad

ମାଲକାନଗିରି: ଛତିଶଗଡର କାଂକେର ଜିଲ୍ଲାରେ କୋଙ୍ଗାରୁ କୋର୍ଟ। ଜଣେ ପିଲା ଚୋରକୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ୪ ଜଣକୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କ ଖୋଜୁଥିବା ପୁଲିସ କହିଛି। ଗ୍ରାମବାସୀ ପିଲା ଚୋରକୁ ପୁଲିସର ହେପାଜତରେ ନଦେଇ ନିଜେ ଏହାର ଫଇସଲା କରିଥିଲେ। ଘଟଣା ଅନୁଯାୟୀ ଗତ କିଛି ଦିନ ତଳେ କାଂକେର ଜିଲ୍ଲାର ଅନ୍ତାଗଡ ଥାନା ଅନ୍ତର୍ଗତ ଗୋଡଲି ଗ୍ରାମରେ ଜଣେ ଅଜଣା ବ୍ୟକ୍ତିଙ୍କୁ କିପରି ଗ୍ରାମବାସୀ ପିଟି ପିଟି ମାରିଦେଲେ ସେହି ଭିଡିଓ ଭାଇରାଲ ହେବା ପରେ ପୁଲିସ ଏହି ଘଟଣାରେ ସାମିଲ ଥିବା ଚାରି ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ପଞ୍ଚାୟତର ସରପଞ୍ଚଙ୍କ ପୁଅକୁ କେହି ଜଣେ ଅଜଣା ବ୍ୟକ୍ତି ଜବରଦସ୍ତ ଟାଣି ନେଉଥିବା ବେଳେ ପିଲାଟି ପାଟି କରିଥିଲା।

ପିଲାର ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡି ଆସିଥିଲେ। ସେତେବେଳେ ଏହି ଅଜଣା ବ୍ୟକ୍ତି ଜଣକୁ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲା।ସରପଞ୍ଚ ସମେତ କିଛି ଗ୍ରାମବାସୀ ଏହି ବ୍ୟକ୍ତିର ସାର୍ଟ ଓ ପ୍ୟାଣ୍ଟ ଖୋଲି ହାତ ଗୋଡ ବାନ୍ଧି ତାକୁ ଠେଙ୍ଗାରେ ପିଟିଥିଲେ। ତାକୁ କାହିଁକି ଏପରି କରୁଥିଲୁ ବୋଲି ପଚାରି ପଚାରି ପିଟିଥିଲେ। ଶେଷରେ ସେ ଗୁରୁତର ହେବାରୁ ତାକୁ ଗ୍ରାମବାସୀ ମେଡିକାଲ ନେଇଥିଲେ। ମେଡିକାଲରେ ବ୍ୟକ୍ତି ଜଣକ ମୃତ୍ୟୁବରଣ କରିଥିଲା। ପୁଲିସ ଏହି ଖବର ପାଇବା ପରେ ହତ୍ୟା କେଶ ରୁଜୁ କରି ଚାରି ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିଲା। ପରେ ଏହି ଘଟଣାର ଭିଡିଓ ପୁଲିସ ପାଇଥିଲା। ଏଥିରେ ଦୃଶ୍ୟମାନ ହେଉଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ପୁଲିସ ତୁରନ୍ତ ଧରିବ ବୋଲି କହିଛି। ତେବେ ପୁଲିସ ସେହି ଅଜଣା ବ୍ୟକ୍ତିଙ୍କର ପରିଚୟ ପାଇନଥିବାରୁ ତାକୁ ପୋତି ଦେଇଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe