କାହ୍ନୁଗୁଡାର ଛାତ୍ରଛାତ୍ରୀଙ୍କ ଅସୁରକ୍ଷିତ ପାଠପଢା: ଗ୍ରାମକୁ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ଦେଖା ନାହିଁ

Advertisment
କାହ୍ନୁଗୁଡାର ଛାତ୍ରଛାତ୍ରୀଙ୍କ ଅସୁରକ୍ଷିତ ପାଠପଢା: ଗ୍ରାମକୁ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ଦେଖା ନାହିଁ

ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର କାହ୍ନୁଗୁଡା ଗ୍ରାମ ଚର୍ଚ୍ଚାର ପରିଧି ଭିତରେ ସେତେବେଳେ ଆସିଥିଲା, ଯେତେବେଳେ କାହ୍ନୁଗୁଡା ଗ୍ରାମବାସୀ ୨୪ କିଲୋମିଟର ପଦଯାତ୍ରା କରି କାଶୀପୁର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିଥିଲେ। ଗ୍ରାମଟି ବିଛିନ୍ନାଞ୍ଚଳ ଭାବେ ପରିଚିତ। ଏହି ଗ୍ରାମକୁ ପାଣି, ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା ଇତ୍ୟାଦି ଆଜି ବି ଅପହଞ୍ଚ ହୋଇ ରହିଛି। ସତ୍ୟାଗ୍ରହ ପରେ ପ୍ରଶାସନ ତୁରନ୍ତ ପାଣି, ବିଦ୍ୟୁତ ସେବା ସହ ରାସ୍ତା ଏବଂ ବ୍ରିଜ କାମ ଆରମ୍ଭ କଲା। ଏପରିକି ସ୍ବାସ୍ଥ୍ୟ କର୍ମୀ ଓ ଅଂଗନବାଡି କର୍ମୀ କିଛି ଦିନ ଆସିଲେ। ଏବେ ପୁଣି ସ୍ବାସ୍ଥ୍ୟ କର୍ମୀ ଏବଂ ଅଙ୍ଗନବାଡି କର୍ମୀଙ୍କ ଦେଖା ମିଳୁନାହିଁ। ଏନେଇ ଅଭିଯୋଗ କଲେ ଏମାନେ ଗ୍ରାମବାସୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଏପରିକି ଉପଜିଲ୍ଲାପାଳ ଏମାନେ କାମକୁ ନଆସିଲେ ଆମକୁ ଫୋନ ଯୋଗେ ଜଣାଇବେ ବୋଲି କହି ଫୋନ ଉଠାଇଲେ ନାହିଁ।

ଯାହାଫଳରେ ଗ୍ରାମବାସୀଙ୍କ ପ୍ରଶାସନ ଉପରେ ପୁଣି ଭରସା ଉଠିଗଲା। ଏହି ଗ୍ରାମକୁ ନଦୀ ଘେରି ରହିଥିବାରୁ ଲୋକେ ଏକ ପ୍ରକାର ବିଛିନ୍ନ ହୋଇ ରହିଛନ୍ତି। ଗ୍ରାମକୁ ସରକାରୀ ଯୋଜନା ପହଞ୍ଚୁ ନଥିବାରୁ ବାରମ୍ବାର ଗ୍ରାମବାସୀ ଦାବି କରି ନୟାନ୍ତ ହୋଇସାରିଥିଲେ। କିନ୍ତୁ ସମାଜସେବୀ ବଳରାମ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଏବେ ଗ୍ରାମକୁ ସମସ୍ତ ସୁବିଧା ଧିରେ ଧିରେ ପହଞ୍ଚିବାରେ ଲାଗିଛି। ସବୁଠାରୁ ବଡ ଦୁଃଖ ହେଲା ଗ୍ରାମର ଛାତ୍ରଛାତ୍ରୀ ଦୁଇଟି ପାହାଡ ଚଢି ଓହ୍ଲାଇବା ପରେ ସ୍କୁଲରେ ପହଞ୍ଚୁଛନ୍ତି। ଯାହାକି ବିପଦପୂର୍ଣ୍ଣ । ପ୍ରତିଦିନ ବାପା ମା‘ ପିଲାଙ୍କୁ ନେଇ ଚିନ୍ତାରେ ରହୁଛନ୍ତି। କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେଣୁ ଏହି ପିଲାଙ୍କୁ ନିକଟସ୍ଥ ଗୋରଖପୁର ହାଇସ୍କୁଲରେ ନାମ ଲେଖାଇବା ପାଇଁ ଦାବି କରିଛନ୍ତି। ଗୋରଖପୁର ପ୍ରଧାନ ଶିକ୍ଷକ ଏହି ପିଲାଙ୍କୁ ନେବା ପାଇଁ ମନା କରିଦେଇଥିଲେ।ପୁଣି ଜିଲ୍ଲା ଶିକ୍ଷାଧିକାରୀଙ୍କ ସହଯୋଗ ଲୋଡିଥିଲେ। କିନ୍ତୁ ସୁଫଳ ମିଳିଲା ନାହିଁ। ତେଣୁ ଆଜି ଜିଲ୍ଲାପାଳଙ୍କୁ ଭେଟି ଗ୍ରାମବାସୀ ଏବଂ ଛାତ୍ରୀମାନେ ନିଜର ଦୁଃଖ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe