ଜାମିନ ନାମଞ୍ଜୁର ପରେ ଜେଲ୍‌ଗଲେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ସେଜି ସିଂ ସାଲୁଜା

Advertisment
ଜାମିନ ନାମଞ୍ଜୁର ପରେ ଜେଲ୍‌ଗଲେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ସେଜି ସିଂ ସାଲୁଜା

ପାଟଣାଗଡ଼/କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ସେଜି ସିଂଙ୍କ ଜାନିମ ଆବେଦନ ନାମଞ୍ଜୁର ହେଲା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ଏଥି ସହିତ ସେଜି ସିଂଙ୍କ ଅନ୍ୟ ୫ ଜଣ ସାଙ୍ଗଙ୍କ ଜାମିନ ଆବେଦନକୁ ସ୍ଥାନୀୟ କୋର୍ଟ ଖାରଜ କରି ଦେଇଛନ୍ତି। ସମସ୍ତ ୬ ଅଭିଯୁକ୍ତଙ୍କୁ ପାଟଣାଗଡ଼ ଉପଖଣ୍ଡ କାରାଗାରକୁ ପଠାଇ ଦିଆଯାଇଛି। ଗତକାଲି ରାତିରେ ସେଜି ସିଂ ଗିରଫ ହେଲା ପରେ ପୁଲିସ ଆଜି ସକାଳୁ ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା। ପରେ କୋର୍ଟ ଚାଲାଣ କରିଥିଲା।

publive-image

ବେଲପଡ଼ା ଆଇଆଇସି ବୁଲୁ ମୁଣ୍ଡା କହିଛନ୍ତି, ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କ ଜିମରୁ ୧୯ ଲକ୍ଷ ଟଙ୍କା ଓ ୧୭ ଲିଟର ମଦ ଜବତ କରାଯାଇଥିଲା। ପୁଲିସ ଗତକାଲି ରାତିରେ ଜିମରେ ଚଢ଼ଉ କରି ଏସବୁ ଜବତ କରିଥିଲା। ଚଢ଼ଉ ସମୟରେ ପୁଲିସ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧିନରେ ବସବାସ କରୁଥିବା ସେଜି ଓରଫ ଅମିତ ସିଂ ସାଲୁଜା (୩୨), ଅଜୟ ଅଗ୍ରୱାଲ (୪୦), ବିକି ଓରଫ ବିକାଶ ଅଗ୍ରୱାଲ (୩୭), ବିପୁଲ ମାରୁ (୩୯), ରାଜା ପାତ୍ର (୨୩) ଓ ହରିଆଣାର ହିସାର ସିରସା ଜିଲ୍ଲା ମଣ୍ଡି ଦବୱାଲିର ଧରମବୀର ଗୁପ୍ତା (୩୧)ଙ୍କୁ ଗିରଫ କରିଥିଲା।

publive-image

ଉଲ୍ଲେଖଯୋଗ୍ୟ, କିଛିଦିନ ଆଗରୁ ଜିଲ୍ଲାପାଳଙ୍କ ସହିତ ମୁହାଁମୁହିଁ ହୋଇଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। କିନ୍ତୁ ବୁଧବାର ସଂଧ୍ୟାରେ ଅନ୍ୟ ଏକ ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜା କଣ୍ଟାବାଞ୍ଜିର ଆଲିସାନ ସିନେମା ହଲ ଭିତରେ କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ ସମୟରେ ନିଜେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏପରିକି ପୁଲିସ ସହିତ ଉଚ୍ଚବାଚ ହେଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe