ବାରିପଦା: କରମ୍ ନାଚ କାଳ ସାଜିଲା। ନାଚରେ ଯୋଗଦେବାକୁ ଯାଉଥିବାବେଳେ ଦୁଇ ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି। ଫଳରେ ଲୋକଙ୍କ ଖୁସିରେ ହଠାତ୍ ଦୁଃଖର କଳା ବାଦଲ ଘୋଟି ଯାଇଛି।

Advertisment

ପ୍ରଥମ ଦୁର୍ଘଟଣା ମୟୂରଭଞ୍ଜର ବାରିପଦା ଲୁଲୁଙ୍ଗ ରାସ୍ତାର ରଙ୍ଗାମାଟିଆରେ ଘଟିଛି। ଏକ ଗଛରେ ବୋଲେରୋ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ  ଗୁରୁତର ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ବାଲିଡିହାରୁ ୧୩ ଜଣ ଏକ ବୋଲେରୋରେ କୌଣସି କାମରେ ତାରଯୋଡ଼ି ଗାଁକୁ ଯାଉଥିଲେ। ଏହି ସମୟରେ ଖସାଡିହା ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଡ୍ରାଇଭର ସମେତ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସଥା ଗୁରୁତର ରହିଛି।

ମୃତକ ଜୟନ୍ତ ସିଂଙ୍କ ଘର ବେତନଟୀ ଥାନା ଅନ୍ତର୍ଗତ କାଞ୍ଚନପାଳ ଠାରେ ଏବଂ ଭୂବନ ସିଂ ଙ୍କ ଘର କୁଳିଅଣା ଥାନା ଅନ୍ତର୍ଗତ ବଡକୁଳଡିହା ଗ୍ରାମରେ ।  ଏମାନେ ସମସ୍ତେ ବଡକୁଳଡିହା ଓ ବଡକୁଚିଆମରା ଗ୍ରାମର । ଗତକାଲି ବର୍ଷା ହେଉଥିବା କାରଣରୁ ଦେଶକରମ ନାଟରେ ଯୋଗଦେବା ପ୍ରଥମେ ରଙ୍ଗାମାଟିଆ ଯାଇଥିଲେ ଏବଂ ସେଠାରୁ ପୁଣି ଥରେ ତାରାଯୋଡିକୁ ଯାଉଥିବା ସମୟରେ ଖସାଡିହା ଛକ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । 
 

ଆହତଙ୍କୁ  ଉଦ୍ଧାର କରାଯାଇ ଚିକିତ୍ସା ଲାଗି ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । କରମ୍ ନାଚରେ ସାମିଲ ହେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ:ବିକ୍ରି ପୂର୍ବରୁ ଶିକାରୀ ଠାରୁ ୨୫କିଲୋ ସମ୍ବର ମାଂସ ଜବତ

ସେହିପରି ବାରିପଦା ସହର ଉପକଣ୍ଠ ପାଲବଣି ବାଇପାସ୍ ଛକଠାରେ ବାଇକ୍ ଆରୋହୀଙ୍କୁ ଟ୍ରକ୍ ପଛରୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟଙ୍କ ଘର ନୁରୁଡିହି ଗାଁର ବୋଲି ଜଣାଯାଇଛି।

ଗତକାଲି ଯୁବକ ୨ ଜଣ ବାଇକ୍‌ରେ କରମ ନାଟରେ ସାମିଲ ହେବାକୁ ଯାଉଥିବା ବେଳେ ସେମାନଙ୍କୁ ପଛରୁ ଟ୍ରକଟି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ମୃତକମାନେ ହେଲେ ବାରିପଦା ସଦରଥାନା ଅନ୍ତର୍ଗତ ସିନ୍ଦୁରଗୌରା ଗାଁର ବିକାଶ ମହାନ୍ତ (୨୦) ଓ ହରିଶ୍ଚନ୍ଦ୍ରପୁର ଗାଁର ମିଟୁ ମହାନ୍ତ(୨୪)।

ଅଧିକ ପଢ଼ନ୍ତୁ:ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଲା ବଡ଼ ପଥର