ଗ୍ଲୋବାଲ ଗାନ୍ଧୀ ରତ୍ନ ଆୱାର୍ଡରେ ସମ୍ମାନିତ ହେଲେ କବି କରୁଣାକର ମଲ୍ଲିକ

Advertisment
ଗ୍ଲୋବାଲ ଗାନ୍ଧୀ ରତ୍ନ ଆୱାର୍ଡରେ ସମ୍ମାନିତ ହେଲେ କବି କରୁଣାକର ମଲ୍ଲିକ

Sambad

ମାଲକାନଗିରି: ବୃତ୍ତି ନେଇ କର୍ମ ସମସ୍ତେ କରନ୍ତି। କିନ୍ତୁ ବୃତ୍ତି ସହିତ ସମାଜର ମଙ୍ଗଳ କାମନା, ସେବା, ପରିବେଶ, ସାରସ୍ଵତ ସାଧନା ଏସବୁ କାର୍ଯ୍ୟ କ୍ଵଚିତ୍ ଲୋକ କରିଥାନ୍ତି। ସେହିଭଳି ଜଣେ ଆଦର୍ଶ ଶିକ୍ଷକ, ସମାଜ ସେବୀ, ପ୍ରକୃତି ବନ୍ଧୁ ପ୍ରାପ୍ତ ବ୍ୟକ୍ତି ହେଲେ କବି କରୁଣାକର ମଲିକ। ଯିଏକି ତାଙ୍କ ତ୍ୟାଗ ଓ ସେବା କାର୍ଯ୍ୟ ପାଇଁ ସ୍ବାଧୀନତା ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଗ୍ରୀନ୍ ଇଣ୍ଡିଆ ଫାଉଣ୍ଡେସନ ପରିବାର ତରଫରୁ ପବିତ୍ର ଗାନ୍ଧୀ ଜୟନ୍ତୀରେ ଗ୍ଳୋବାଲ ଗାନ୍ଧୀ ରତ୍ନ ଆଓ୍ବାର୍ଡ ଫଳକ ଓ ମାନପତ୍ର ପାଇ ସମ୍ମାନିତ ହୋଇଛନ୍ତି। ତାଙ୍କର ଏହି ସମ୍ମାନକୁ ମାଲକାନଗିରି ଜିଲ୍ଲାର ସାଧାରଣ ଜନତାଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦର ଫଳ ବୋଲି ଶ୍ରୀ ମଲିକ ପ୍ରକାଶ କରିଛନ୍ତି।

ଏହା ପୂର୍ବରୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ପବିତ୍ର ଗୁରୁ ଦିବସ ଅବସରରେ ଶିକ୍ଷା ରତ୍ନ -୨୦୨୨ ସମ୍ମାନରେ ସମ୍ମାନିତ ହୋଇଥିଲେ। ଦୁର୍ଗମ ଅଞ୍ଚଳରେ ଶିକ୍ଷାଦାନକୁ ନିଜର କର୍ତ୍ତବ୍ୟ ଭାବି ଅନବରତ ଆଦିବାସୀ ପିଲାଙ୍କୁ ଶିକ୍ଷାଦାନ କରିଆସୁଛନ୍ତି। ନିକଟରେ ତାର୍ଲାକୋଟା ସ୍କୁଲରେ କାର୍ଯ୍ୟରତ ନିଜର ସହକର୍ମୀ ତଥା ପତ୍ନୀ ମଧୁସ୍ମିତା ମଲ୍ଲିକଙ୍କର କରୋନାର ଅକାଳ ବିୟୋଗ ହେବା ପରେ ମଧ୍ୟ ସେ ନଭାଙ୍ଗି ଏକ ମାତ୍ର ଛୋଟ ପୁଅକୁ ନେଇ ଶିକ୍ଷାଦାନ ଚଳାଇଛନ୍ତି। ତାଙ୍କର ଜନସେବା ଏବଂ ପରିବେଶକୁ କିପରି ସୌନ୍ଦର୍ଯ୍ୟମୟ କରିବା ଲକ୍ଷ୍ୟ ରହିଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe