ହାଇଦ୍ରାବାଦରେ ଫସିଥିବା ଶ୍ରମିକଙ୍କୁ ମିଳିଲା ଖାଦ୍ୟ, ସାଂସଦଙ୍କ ଉଦ୍ୟମକୁ ପ୍ରଶଂସା କଲେ କାଶୀପୁର, କଳାହାଣ୍ଡି ଶ୍ରମିକ

Advertisment
କଳାହାଣ୍ଡିରେ ଚିନ୍ତା ବଢ଼ାଇଲେଣି ପ୍ରବାସୀ: ପଂଜୀକୃତ ହୋଇଛନ୍ତି ୪୦ ହଜାରରୁ ଉର୍ଦ୍ଧ୍ୱ, ଆସିଲେଣି ୧୪୯୬ ଜଣ

ରାୟଗଡ଼ା: ୧୮ ଦିନ ହେଲା ଭୋକ ଉପାସରେ ପଡ଼ି ରହିଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ସହାୟତା ମିଳିନଥିଲା। ପାଖରେ ଯାହା ଖାଦ୍ୟ ସାମଗ୍ରୀ ଥିଲା ଲକଡାଉନର ଦିନେ, ଦୁଇ ଦିନରେ ସରିଗଲା। ଦୋକାନ, ବଜାର ବନ୍ଦ ଯୋଗୁ କୌଣସି ସାମଗ୍ରୀ ମିଳୁନଥିବା ବେଳେ ଯାହା ମିଳୁଛି ତାକୁ ଚଢ଼ା ଦରରେ କିଣିବାକୁ ସାମର୍ଥ୍ୟ ନଥିଲେ ଶ୍ରମିକ ପରିବାର। ‌ଶେଷରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଶ୍ରମିକଙ୍କୁ ମିଳିଛି ସହାୟତା।

କାଶୀପୁରର ୬ ଏବଂ କଳାହାଣ୍ଡି ଜିଲ୍ଲାର ୨୦ ଶ୍ରମିକ ପରିବାର ହାଇଦ୍ରବାଦର ମାଧପୁରା ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଛନ୍ତି। ଗତ କିଛି ମାସ ହେଲା ଶ୍ରମିକମାନେ ନିର୍ମାଣଧୀନ କାମରେ ନିୟୋଜିତ ଥିବା ବେଳେ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ସଂପର୍କରେ ଜାଣିପାରିନଥିଲେ। ପ୍ରତିଦିନ ଖଟିଲେ ଖାଉଥିବା ଏହି ଶ୍ରମିକଙ୍କ ପାଖରେ ଲକଡାଉନ୍ ଶେଷ ପର୍ଯ୍ୟନ୍ତ ଚଳିବାକୁ ଖାଦ୍ୟ ସାମଗ୍ରୀ କିମ୍ବା ଅର୍ଥ ନଥିଲା। ଗତ ୧୮ ଦିନ ହେଲା ଓଳିଏ ଖାଇଲେ, ଓଳିଏ ଉପାସ ରହୁଥିବା ଶ୍ରମିକ ପରିବାର ଶେ‌ଷରେ ନିଜ ଗାଁ ଲୋକଙ୍କୁ ଅବଗତ କରିବା ପରେ ଗ୍ରାମବାସୀ ଏ ନେଇ କୋରାପୁଟ ସାଂସଦଙ୍କ ଏ ସଂପର୍କରେ ଅବଗତ କରିଥିଲେ।

ସାଂସଦ ଶ୍ରୀ ଉଲାକା ଏ ନେଇ ହାଇଦ୍ରାବାଦର ପୂର୍ବତନ ବିଧ‌ାୟକ ସଂପତ୍ତ କୁମାରଙ୍କୁ ଅବଗତ କରିବା ପରେ ପୂର୍ବତନ ବିଧାୟକ ଶ୍ରମିକଙ୍କ ନିକଟରେ ପହଞ୍ଚି ଖାଦ୍ୟ ସାମଗ୍ରୀ ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସହାୟତା ପାଇବା ପରେ ଶ୍ରମିକ ପରିବାର ଖୁସି ପ୍ରକଟ କରିବା ସହିତ ସାଂସଦଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe