ପାଠପଢ଼ା ବେଳେ ୧୨ ଛାତ୍ରୀ ଅସୁସ୍ଥ, ୩ ଗୁରୁତର

Advertisment
ପାଠପଢ଼ା ବେଳେ ୧୨ ଛାତ୍ରୀ ଅସୁସ୍ଥ, ୩ ଗୁରୁତର

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ସିଙ୍ଗିରି, ଦହିସାହିସ୍ଥିତ ଚକ୍ରଧର ହାଇସ୍କୁଲରେ ଆଜି ପାଠପଢ଼ା ଚାଲିଥିବା ସମୟରେ ହଠାତ୍ ୧୨ଜଣ ଛାତ୍ରୀ ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ସ୍କୁଲର ଦ୍ବିତୀୟ ପିରିୟଡ଼ରେ ଗଣିତ କ୍ଲାସ୍ ଚାଲିଥିବା ସମୟରେ ଏହି ଅଘଟଣ ଘଟିଥିଲା। ହଠାତ୍ ଏତେସଂଖ୍ୟକ ଛାତ୍ରୀ ଅସୁସ୍ଥ ହେବା ଘଟଣାରେ ଚିନ୍ତିତ ହୋଇ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ମହାପାତ୍ର ତୁରନ୍ତ ଆଳି ସ୍ବାସ୍ଥ୍ୟକେନ୍ଦ୍ରକୁ ଖବର ଦେଇଥିଲେ।

publive-image

ଡାକ୍ତର ବିଶ୍ବଜୟ ଶର୍ମାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ସ୍କୁଲରେ ପହଞ୍ଚି ଚିକିତ୍ସା କରିଥିଲେ। ଗୁରୁତର ଅସୁସ୍ଥ ଥିବା ୫ ଛାତ୍ରୀ ଆଦ୍ୟାଶା ନନ୍ଦ, ଶୁଭଲକ୍ଷ୍ମୀ ବେହେରା,ପାୟଲ ଦାସ, ଅନସୂୟା ମଲିକ, ସାଗରିକା ମଲିକଙ୍କୁ ଚିକିତ୍ସା ନିମନ୍ତେ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ ଅସୁସ୍ଥ ଛାତ୍ରୀ ମୋନାଲିସା ମହାଳିକ, ଅମ୍ରିତା ମହାନ୍ତି, ପ୍ରଭାସିନୀ ବେହେରା ପ୍ରମୁଖ ନିରାପଦ ଥିବା ପ୍ରଧାନ ଶିକ୍ଷକ ଶ୍ରୀ ମହାପାତ୍ର କହିଛନ୍ତି। ତେବେ ଅତ୍ୟଧିକ ଗରମ ଗୁଳଗୁଳି କିମ୍ବା ଖାଦ୍ୟପେୟରେ କିଛି ବ୍ୟତିକ୍ରମରୁ ଏକକାଳୀନ ଏତେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଲେ, ତାହା ସ୍ବାସ୍ଥ୍ୟ ପରୀକ୍ଷା ପରେ ଜଣାପଡ଼ିବ ବୋଲି ଡାକ୍ତର ଶର୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe