ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍ ଭାବେ ମାଛ ମାରୁଥିବା ସମୟରେ ଆଜି ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ଗୋଟିଏ ମାସ ମଧ୍ୟରେ ୧୫୦ରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ ସମାନ ଘଟଣାରେ ଗିରଫ ହୋଇସାରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏହି ମତ୍ସ୍ୟଜୀବୀମାନେ ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି ନିକଟରେ ବେଆଇନ୍ ଭାବେ ମାଛ ଧରୁଥିଲେ। ଗହୀରମଥା ରେଞ୍ଜ୍ ଅଫିସର୍ ସୁବ୍ରତ କୁମାର ପାତ୍ରଙ୍କ ନେତୃତ୍ୱରେ ବନବିଭାଗ ପାଟ୍ରୋଲିଂ ଟିମ୍ ଚଢ଼ାଉ କରିବା ସହିତ ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ, ଚନ୍ଦନ ମଣ୍ଡଳ, ସେକ୍ ତାହିର୍, ବାସୁଦେବ ଗିରି, ପ୍ରଭାକର ବେହେରା, ଗୌତମ ପାଲ୍, ଗୁରୁପଦ ସେଠୀ, ରତିକାନ୍ତ ଦାସ, ହବିବୁଲ୍ଲା ଅଲ୍ଲୀ, ଧନଞ୍ଜୟ ଦାସ, ଜନ୍ମେଜୟ ମଣ୍ଡଳ, ଦେବେନ୍ଦ୍ର କୁମାର ମଣ୍ଡଳ, ସର୍ବେଶ୍ୱର ପ୍ରଧାନ, ନିତ୍ୟାନନ୍ଦ ଜାନା, ବିଜୟା ଗିରି ଓ ସପନ କରନ୍। ସେମାନଙ୍କ ଠାରୁ ୨ଟି ଟ୍ରଲର୍ ଏବଂ ୪ଟି ଭିଏଚ୍ଏଫ୍ , ୨ଟି ଜିପିଏସ୍ , ୨ଟି ଫିସ୍ ଫାଇଣ୍ଡର, ୨୦ଟି ଜାଲ, ୫୦ କେଜି ମାଛ ଜବତ କରାଯାଇଛି। ଗିରଫ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।
Follow Us