Kalinga Tv
ଆଳି: ଆଜି ସକାଳ ସମୟରେ ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଦୁର୍ଘଟଣା ଘଟି ଗୋବିନ୍ଦପୁର ଗ୍ରାମର ଗିରିଧାରୀ ମଳିକଙ୍କ ୨ ଝିଅ ଅଭିଲିପ୍ସା ମଳିକ (୧୫) ଓ ସମୀକ୍ଷା ମଳିକ (୧୦) ଗୁରୁତର ଆହତ ହୋଇଛନ୍ତି।
ଘଟଣାରୁ ଜଣାପଡ଼ିଛି ଯେ, ଦୁଇ ଭଉଣୀ ଆଜି ସକାଳେ ଚୁଲି ପାଖରେ ପୁର ଛାଣୁଥିଲେ। ଚୁଲି ନିଆଁ ଉତ୍ତାପରେ ପାଖରେ ଥିବା ଏକ ବଡ଼ ୫ ଲିଟରର ସାନିଟାଇଜର ଡବାରେ ହଠାତ୍ ନିଆଁ ଲାଗି ଯାଇଥିଲା।ଫଳରେ ସାନିଟାଇଜର ଡବା ବିସ୍ଫୋରଣରେ ଦୁଇ ଭଉଣୀଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ପ୍ରଖର ଥିଲା ଯେ ଦୁଇ ଭଉଣୀ ଗୁରୁତର ଭାବେ ପୋଡ଼ି ହୋଇ ଆହତ ହେଇଥିଲେ। ଘର ଲୋକ ପ୍ରଥମେ ଗୋବିନ୍ଦପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଯାଜପୁରକୁ ସ୍ଥାନାନ୍ତରିତ କରାଯାଇଛି।
Follow Us