ବାଳକାଟିରେ ଗୋଷ୍ଠୀ ସଂଘର୍ଷ: ୩ ଆହତ, ୫ ଥାନାରେ ଅଟକ

Advertisment

 ଡାକ୍ତରଙ୍କୁ ଗାଳିଗୁଲଜ ଅଭିଯୋଗ, ଥାନାରେ ୩ ଏତଲା

 ଡାକ୍ତରଙ୍କୁ ଗାଳିଗୁଲଜ ଅଭିଯୋଗ, ଥାନାରେ ୩ ଏତଲା

ଦୁଇ ଅଧ୍ୟାପକଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ

The Business Post

ଆଳି: ଆଜି ଅପରାହ୍ନରେ ଆଳିଥାନା ବାଳକାଟି ନିକଟସ୍ଥ ଗଡଗଡି ସେତୁ ନିକଟରେ ରକ୍ତାକ୍ତ ଗୋଷ୍ଠୀସଂଘର୍ଷ ଘଟି ଉଭୟ ପକ୍ଷର ୩ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଆହତ ମାନଙ୍କୁ ଚିକିତ୍ସା କରିବାରୁ ଆଳିସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମାନଙ୍କୁ ଗୋଟିଏ ପକ୍ଷ ଅକଥ୍ୟନୀୟ ଗାଳିଗୁଲଜ କରିଥିବା ଡାକ୍ତର ସ୍ବରୂପ ଶତପଥୀ ମଧ୍ୟ ଆଳିଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଆଳି ପୁଲିସ ଉଭୟ ପକ୍ଷର ୫ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଆଳି ଥାନାର ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ବାଳକାଟି ଗ୍ରାମର ମଞ୍ଜୁଲତା ସାହୁ ଆଳିଥାନାରେ ଦେଇଥିବା ଏତାଲାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦିଅର ବିଜୟଙ୍କ ଉପରେ ରାଣୀପୋଖରୀ ଗ୍ରାମର ହଗା ମଲିକ, ସନ୍ତୋଷ ମଲିକ, ସୁଶାନ୍ତ ମଲିକ ଓ ପ୍ରଶାନ୍ତ ମଲିକ ପ୍ରମୁଖ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ନିଜର କୁକୁଡା ଦୋକାନରୁ ମଞ୍ଜୁଲତା ଓ ତାଙ୍କ ସ୍ବାମୀ ଅକ୍ଷୟ ଉଠିଯାଇ ବିଜୟଙ୍କୁ ସେମାନଙ୍କ ଆକ୍ରମଣରୁ ବଞ୍ଚାଇବାକୁ ଉଦ୍ୟମ କରିବାରୁ ଆକ୍ରମଣକାରୀ ମାନେ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଅପରପକ୍ଷର ଚିରଞ୍ଜିବୀ ମଲିକ ଆଉ ଏକ ଏତଲାରେ ମଞ୍ଜୁଲତା ତାଙ୍କ ସ୍ବାମୀ ଅକ୍ଷୟ, ବିଜୟ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବାର ଅଭିଯୋଗ କରିଛନ୍ତି। ଆଳି ପୁଲିସ ଡାକ୍ତରଙ୍କ ସମେତ ଦୁଇପକ୍ଷର ଏତଲା ଆଧାରରେ ୫ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ବେଳେ ଏହି ଘଟଣାକୁ କେନ୍ଦ୍ର କରି ବାଳକାଟିରେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe