ଆଳି ବଜାରରେ ନିଆଁ ଲାଗି ଜଳିଗଲା ପୂରା ଲୁଗା ଦୋକାନ

Advertisment
ଆଳି ବଜାରରେ ନିଆଁ ଲାଗି ଜଳିଗଲା ପୂରା ଲୁଗା ଦୋକାନ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡ ଘଟି ଦେଖୁଦେଖୁ ଜଳିଯାଇଛି ଲୁଗା ଦୋକାନ। ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁକୁ ଲିଭାଇବାକୁ ସାହସ କରିପାରିଲେନି ଲୋକ । କେବଳ ସେଠାରେ ଛିଡାହୋଇ ସାଜିଲେ ଦେଖଣାହାରୀ । ଏପରି ଅଗ୍ନିକାଣ୍ଡ ଘଟିଛି କେନ୍ଦ୍ରାପଡା ଆଳି ବଜାରରେ । ସେଠାରେ ଥିବା ରଞ୍ଜିତ ବେହେରାଙ୍କ ଲୁଗା ଦୋକାନରେ ନିଆଁ ଲାଗିଯାଇଥିବା ସୂଚନା ହସ୍ତଗତ ହୋଇଛି।

ତେବେ ନିଆଁ ଲାଗିବାର ସଠିକ କାରଣ ଜଣାପଡି ନଥିବା ବେଳେ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରୁଛନ୍ତି ଦୋକାନ ମାଲିକ । ନିଆଁକୁ ଆୟତ୍ତ କରିବା ପାଇଁ ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ନାକେଦମ ହୋଇଛନ୍ତି । ତେବେ ସବୁକିିଛି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe