ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Advertisment
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ପାରାଦୀପ-ଚଣ୍ଡିଖୋଲ ରାସ୍ତାରେ ନୀଳାଚଳ ଛକରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଥିବା ଜଣାଯାଇଛି। ମୃତକ ଓ ଆହତ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବିରେ ଟାୟାର ଜାଳି ଲୋକେ ରାସ୍ତା ଅବରୋଧ କରିଛନ୍ତି।

publive-image
ସୂଚନା ଅନୁଯାୟୀ, ନିଳାଚଳ ଛକରେ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ୍ୟୁବରଣ କରିବା ସହିତ ଆଉଜଣେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତ ଯୁବକ ହେଲେ ସତ୍ୟଜିତ୍ ଦାସ ଓ ଗୁରୁତର ଆହତଜଣଙ୍କ ହେଲେ ସୁଜିତ୍ ପଟ୍ଟନାୟକ। ଉଭୟଙ୍କ ଘର ମହାକାଳପଡ଼ା ବ୍ଲକ ଗଡ଼ରୋମିତ ଗ୍ରାମରେ। ଉଭୟ ପାରାଦୀପରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ। ସକାଳୁ ବାଇକରେ ଡିଉଟିକୁ ଯାଉଥିବା ସମୟରେ ଏକ ମାଲବାହୀ ଟ୍ରକ୍ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସତ୍ୟଜିତ୍ ମୃତ୍ୟୁବରଣ କରିଥିଲେ।

ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିବା ଫଳରେ ରାସ୍ତାରେ ହଜାର ହଜାର ଗାଡ଼ିମୋଟର ଅଟକି ରହିଛି। ଘଟଣାସ୍ଥଳରେ ମାର୍ଶାଘାଇ ପୁଲିସ ଓ ମହାକାଳପଡ଼ା ଅତିରିକ୍ତ ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ମୃତ ଯୁବକଙ୍କ ପରିବାରକୁ ରେଡକ୍ରସ ତରଫରୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହାସହିତ ମୃତ ଯୁବକ କାମ କରୁଥିବା କମ୍ପାନୀ କତୃପକ୍ଷ ୩୦ ହଜାର ଟଙ୍କା ମଧ୍ୟ ପ୍ରଦାନ କରିବା ସହିତ ପରିବାରର ଜଣଙ୍କୁ ଚାକିର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମହାକାଳପଡ଼ା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe