ଆଳି: ଗତକାଲି ବିଳମ୍ବିତ ରାତିରେ ଆଳି ଥାନା ଭୂଇଁପୁର ଗ୍ରାମର ଶିବରାମ ସାମଲଙ୍କ ଘର ଗ୍ରୀଲ୍ ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି କରି ନେଇଛନ୍ତି। ଏ ନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଶିବରାମଙ୍କ ଭାଇବୋହୂ ମଂଜୁଲତା ସାମଲ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ଦେଡ଼ଶୂର ଶିବରାମଙ୍କ ପରିବାର ନେପାଳରେ ଗତ ୨ ମାସ ହେଲା ରହି ଆସୁଛନ୍ତି। ଘରେ ଶ୍ୱଶୁର ରହୁଥିଲେ। ପରିବାର ସଦସ୍ୟଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଗତକାଲି ରାତିରେ ଚୋରମାନେ ଘରର ମୁଖ୍ୟ ଗ୍ରୀଲ୍ ଭାଙ୍ଗି ଆଲମୀରାରେ ଥିବା ୪ଟି ସୁନା ମୁଦି, ଗୋଟିଏ ସୁନା ହାର ସମେତ ଅନ୍ୟାନ୍ୟ ମୂଲ୍ୟବାନ୍ ଆସବାବପତ୍ର ଚୋରି କରି ନେଇଛନ୍ତି। ଅଭିଯୋଗ ପାଇ ଆଳି ପୁଲିସ୍ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ମଗାଇ ଘଟଣାର ତଦନ୍ତ କରିଛନ୍ତି। ଆଳି-ଭୂଇଁପୁର ରାସ୍ତାର ନିଛାଟିଆ ସ୍ଥାନରେ ଥିବା ଏହି ଘରୁ କିଛି ବର୍ଷ ତଳେ ଗୃହକର୍ତ୍ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତମାନେ ଲୁଟପାଟ କରିଥିଲେ। ପୁଣି ଗତକାଲି ଦୁର୍ବୃତ୍ତମାନେ ଏହି ଘରୁ ଟାର୍ଗେଟ କରିବା ଚର୍ଚ୍ଚାର ବିଷୟ ହୋଇଛି।
ଗ୍ରୀଲ୍ ଭାଙ୍ଗି ଅଳଙ୍କାର ଚୋରି
Advertisment
Follow Us