ରାଜନଗର: ବିଭିନ୍ନ ସମସ୍ୟାକୁ ନେଇ ରାଜନଗର ବ୍ଲକ ତାଳଚୁଆ ଅଙ୍ଗନବାଡ଼ି କେନ୍ଦ୍ରରେ ଗ୍ରାମବାସୀ ଓ ଅଭିଭାବକମାନେ ଆଜି ତାଲା ପକାଇଛନ୍ତି।
ଗତ ୨୬ ତାରିଖ ଦିନ ଏହି କେନ୍ଦ୍ରରେ ପିଲାମାନଙ୍କୁ ପଚା ଅଣ୍ତା ଦିଆଯାଇଥିଲା। ପିଲାମାନଙ୍କ ପାଇଁ ଆସିଥିବା ଅଣ୍ତାଗୁଡିକ ପଚି ପୋକ ସାଲୁବାଲୁ ହୋଇଥିବା ଗ୍ରାମବାସୀ ଦେଖିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଆଜି ଗ୍ରାମର କାର୍ତିକ ଦେବନାଥ, ମୁକ୍ତାଲାଲ ମଣ୍ତଳ, ତାପସ ମାଇତି, ଭାନୁ ମଣ୍ତଳ, ସପନ ଦାସ, କାଲୁ ସାମନ୍ତ, ସୁଧାଂଶୁ ମଣ୍ତଳ, ରାଧାଶ୍ୟାମ ମଣ୍ତଳ, ଲାଲମୋହନ ମଣ୍ତଳ ପ୍ରମୁଖ କେନ୍ଦ୍ର ନିକଟରେ ପହଁଚି କେନ୍ଦ୍ରର ଅବ୍ୟବସ୍ଥା ସଂପର୍କରେ ରାଜନଗର ସିଡିପିଓଙ୍କ କାର୍ଯ୍ୟାଳୟକୁ ଜଣାଇଥିଲେ। ଅଙ୍ଗନୱାର୍ଡି କେନ୍ଦ୍ରରେ ଦୁଇମାସ ହେଲା ରୋଷେଇ ନହେବା, ପିଲାମାନଙ୍କୁ ପଚାଅଣ୍ତା ଦିଆଯିବା, ଅଙ୍ଗନବାଡ଼ି କର୍ମୀ ନିୟମିତ ନ ଆସିବା ପ୍ରତିବାଦରେ ଗ୍ରାମବାସୀ କେନ୍ଦ୍ରରେ ତାଲା ପକାଇଛନ୍ତି। ସିଡିପିଓ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିବା ପରେ ତାଲା ଖୋଲାଯିବ ବୋଲି ଗ୍ରାମବାସୀ କହିଛନ୍ତି।
ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ
Advertisment
Follow Us