ଆଳି: ଗ୍ୟାସ କଟରରେ ଏଟିଏମ ଭାଙ୍ଗି ୪୧ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

Advertisment
ଆଳି: ଗ୍ୟାସ କଟରରେ ଏଟିଏମ ଭାଙ୍ଗି  ୪୧ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଆଳି: ଗତକାଲି ରାତିରେ ଦୁର୍ବୃତ୍ତମାନେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଦୁଇଟି ଏଟିଏମକୁ ଗ୍ୟାସ କଟରରେ କାଟି ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ କରିନେଇଥିବାର ସନ୍ଦେହ କରାଯାଉଛି। ଆଳିର ପତ୍ରପୁର ଓ ନିଆଳହାଟ ଏସବିଆଇ ଏଟିଏମରୁ ଏହି ଲୁଟ୍ ହୋଇଛି। ଲୁଟେରାମାନେ ଗ୍ୟାସ କଟରରେ ଏଟିଏମ ମେସିନକୁ କାଟି ଛିନଛତ୍ର କରିଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ଏଟିଏମ ଚାମ୍ବରରେ ଲାଗିଥିବା ସିସି କ୍ୟାମେରାକୁ ଗ୍ୟାସରେ ପୋଡ଼ି ଦେଇଛନ୍ତି।

publive-image

ଗତକାଲି ପତ୍ରପୁର ଏଟିଏମରେ ୧୮ ଲକ୍ଷ ଓ ନିଆଳହାଟ ଏଟିଏମରେ ୨୩ ଲକ୍ଷ ଟଙ୍କା ଭରା ଯାଇଥିବା ସ୍ଥାନୀୟ ଷ୍ଟେଟବ୍ୟାଙ୍କ ସୂତ୍ରରୁ ଜଣାପଡିଛି। ଆଜି ସକାଳୁ ଏହି ଘଟଣା ଜଣାପଡିବା ପରେ ବ୍ୟାଙ୍କ ଅଧିକାରୀ ଓ ଆଳି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁଇଟି ଏଟିଏମ ଗ୍ୟାସ କଟରରେ କଟା ଯାଇଥିବା ବେଳେ ଲୁଟେରାମାନେ ମେସିନରୁ ଟଙ୍କା ଲୁଟ୍ କରିଛନ୍ତି କି ନାହିଁ ତାହା ମେସିନ୍ ଖୋଲାଯିବା ପରେ ଜଣାପଡିବ ବୋଲି ସଂପୃକ୍ତ ଅଧିକାରୀମାନେ କହିଛନ୍ତି। ଫୋରେନସିକ ଟିମ୍ ଘଟଣାସ୍ଥଳରୁ ତଦନ୍ତ କରି ଫେରିବା ପରେ ମେସିନ ଯାଞ୍ଚ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe