ଆଳି: ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ୍ ଉଦ୍ୟମ

Advertisment
ଆଳି: ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ୍ ଉଦ୍ୟମ

ଆଳି: ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ ଉଦ୍ୟମ ହୋଇଛି। ଗୁଳିମାଡ଼ ଶବ୍ଦରେ ଲୋକେ ଘେରି ଯିବାରୁ ଗୁଳି ଫୁଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଏସିଏସଟି ସ୍କୁଲ ନିକଟରେ ଥିବା ସାରଳା ଜୁଏଲାରୀରୁ ସକାଳୁ ସକାଳୁ ଏଭଳି ଗୁଳିକାଣ୍ଡ ଘଟିଛି।

ସକାଳ ୯ଟା ବେଳେ ସାରଳା ଜୁଏଲାରୀର ମାଲିକ ଦୋକାନ ସଟର ଖୋଲି ଝାଡୁ କରୁଥିବା ବେଳେ ୩ ଦୁର୍ବୁତ୍ତ ଏକ କଳାପଲସର ବାଇକରେ ଆସି ମାଲିକ ଜିତେନ୍ଦ୍ର ସାହୁ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ।ମୁଣ୍ଡରେ ବନ୍ଧୁକ ଲାଗିବା ପରେ ଦୋକାନୀଜଣକ ଭୟରେ ପାଟି କରିବାରୁ ଆଖପାଖରେ ଥିବା ଲୋକେ ଘେରି ଯାଇଥିଲେ। ଦୁର୍ବୃତ୍ତମାନେ ଧରାପଡ଼ିଯିବା ଭୟରେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନାକରି ଘଟଣାସ୍ଥଳରୁ ଖସି ପଳାଇଥିଲେ। ଯିବାବେଳେ ସିସି ଟିଭିରେ ଲୁଟେରାଙ୍କ ଫଟୋ କଏଦ ହୋଇଛି। ଖବର ପାଇ ଆଳି ଥାନା ଆଇଆଇସି ଓ ପଟ୍ଟାମୁଣ୍ଡାଇ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତିନୋଟି ଖୋକା ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe