ଆଳିରେ ପୁଣି ୫ ଆକ୍ରାନ୍ତ ଚିହ୍ନଟ, ୩୯ ଛୁଇଁଲା ସଂଖ୍ୟା

ଆଳିରେ ପୁଣି ୫ ଆକ୍ରାନ୍ତ ଚିହ୍ନଟ, ୩୯ ଛୁଇଁଲା ସଂଖ୍ୟା

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳିର ମାଳପାଟଣାରୁ ଆଜି ପୁଣି ଏକକାଳୀନ ୫ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚଣ୍ଡିଆଗଡି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀମାନଙ୍କୁ ସେବା ଯୋଗାଉଥିବା ମାଳପାଟଣାର ଜନୈକ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସ୍ବାବ ଟେଷ୍ଟ ପରେ ଏହି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପରେ ସଂପୃକ୍ତ ୫ ଜଣଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବ୍ଲକ କୋଭିଡ ସଂଯୋଜକ ଡାକ୍ତର ଇନ୍ଦ୍ରଭାନୁ ପ୍ରଧାନ ସୂଚନା ଦେଇଛନ୍ତି। ଆଜିର ୫ ଆକ୍ରାନ୍ତ ଚିହ୍ନଟ ପରେ ଆଳି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ରେ ପହଞ୍ଚିଛି।

ଦିନକୁ ଦିନ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି କାରଣରୁ ସାରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଅପର ପକ୍ଷରେ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁମାରଟଙ୍କା ଗ୍ରାମ ସମେତ ପାଖ ପଡ଼ୋଶୀ ଗ୍ରାମ ମାଳପାଟଣା ଓ ଚଣ୍ଡିଆଗଡିକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ଲଗାତର ୧୪ ଆକ୍ରାନ୍ତ ଚିହ୍ନଟ ପରେ କୁମାରଟଙ୍କା ଗ୍ରାମ ଗତ ୧୦ ଦିନ ହେଲା କଣ୍ଟେନମେଣ୍ଟ ଜୋନରେ ରହିଥିବା ବେଳେ ମାଳପାଟଣା ଓ ଚଣ୍ଡିଆଗଡିକୁ ଗତ ସୋମବାର ଠାରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇ ଗ୍ରାମବାସୀଙ୍କ ଅବାଧ ଚଳପ୍ରଚଳ ଉପରେ କଡା ରୋକ୍ ଲଗାଯାଇଛି।

ଆଜିର ୫ ଆକ୍ରାନ୍ତ ଚିହ୍ନଟ ପରେ ମାଳପାଟଣାରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ରେ ପହଞ୍ଚିଛି। ସ୍ଥାନୀୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଯୋଗୁଁ କଣ୍ଟେନମେଣ୍ଟ ଜୋନ କୁମାରଟଙ୍କା, ଚଣ୍ଡିଆଗଡି, ମାଳପାଟଣା ସମେତ ସାରା ଅଞ୍ଚଳରେ ଆତଙ୍କ ଲାଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe