ବରପକ୍ଷ ଓ ଗାଁଲୋକଙ୍କ ମଧ୍ୟରେ ଗଣ୍ଡଗୋଳ: ଜାଳିଦେଲେ ଅଟୋ, ଅଟକ ରହିଲେ ବର ଓ କନ୍ୟା

Advertisment
ବରପକ୍ଷ ଓ ଗାଁଲୋକଙ୍କ ମଧ୍ୟରେ ଗଣ୍ଡଗୋଳ: ଜାଳିଦେଲେ ଅଟୋ, ଅଟକ ରହିଲେ ବର ଓ କନ୍ୟା

ରାଜନଗର: ବରଯାତ୍ରୀଙ୍କ ପାଇଁ ହଟହଟା ହେଲେ ବର ଓ କନ୍ୟା। କେନ୍ଦ୍ରାପଡ଼ା ରାଜନଗର କଇଥା ଗାଁରେ ବର ଓ କନ୍ୟାକୁ ଅଟକ ରଖିଥିଲେ ଗ୍ରାମବାସୀ। ଯଦୁଚନ୍ଦ୍ରପୁର ଗାଁର ମାନସ କୁମାର ରାଉଳଙ୍କ କଏଥା ଗାଁର ପ୍ରତିମାଙ୍କ ସହ ବାହାଘର ସମୟରେ ଘଟିଛି ଅଭାବନୀୟ ଘଟଣା। ବିବାହ ପ୍ରସେସନ ସମୟରେ ବରପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା, ଯାହା ପରେ ଉଗ୍ର ରୂପ ନେଇଥିଲା। ଉତ୍ତ୍ୟକ୍ତ ହୋଇ କନ୍ୟା ପକ୍ଷ ଲୋକଙ୍କ ଅଟୋ ଜାଳି ଦେଇଥିଲେ ବରଯାତ୍ରୀ। ଯେଉଁଥିପାଇଁ ବର ଓ କନ୍ୟାକୁ ଗାଁରେ ଅଟକ ରଖିଥିଲେ ଲୋକେ।

ଘଟଣା ଜଣାପଡ଼ିବା ପରେ ରାଜନଗର ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସଦ୍ୟତମ ସୂଚନା ଅନୁଯାୟୀ, ଉଭୟ ପକ୍ଷ ମଧ୍ୟରେ ମିଳାମିଶା ହୋଇଛି। ଅଟୋ ମାଲିକଙ୍କୁ ୬୫ ହଜାର ଟଙ୍କା ଦିଆଯାଇଛି। ବରକନ୍ୟା ଘରକୁ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe