ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

Advertisment

ସଢ଼ୁଙ୍କ ଶବ ଦେଖିବା ପୂର୍ବରୁ ନିଜେ ଶବ ହୋଇଗଲେ

ସଢ଼ୁଙ୍କ ଶବ ଦେଖିବା ପୂର୍ବରୁ ନିଜେ ଶବ ହୋଇଗଲେ

ରାଜଧାନୀ ଉପକଣ୍ଠରୁ ମିଳିଲା ମହିଳାଙ୍କ ମୃତଦେହ, ମୃତକଙ୍କ ଘର ନୟାଗଡରେ ହୋଇଥିବା ସୂଚନା

ମାର୍ଶାଘାଇ:ରାତି ସାଢେ଼ ୯ଟା ସମୟରେ ୫ ନମ୍ବର(କ) ଜାତୀୟ ରାଜପଥର ଶିଳିପୁର କାଳୀଗଡା ଠାରେ ପାରାଦୀପ ଅଭିମୁଖେ ଯାଉଥିବା ଏକ ଲୁହାଗୁଣ୍ତ ବୋଝେଇ ଟ୍ରକ ମାଡିଯିବାରୁ ବାଇକ ପଛରେ ବସିଥିବା ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବାଲିଗୋଠ -ବରହମପୁରର ପ୍ରସନ୍ନ ଦାସ(୩୬)। ପ୍ରସନ୍ନ ମୃତ ସଢ଼ୁଙ୍କ ଶବ ଦେଖିବାକୁ ଆସି ନିଜେ ଶବ ବନିଗଲେ।
ଖବର ମୁତାବକ, ପ୍ରସନ୍ନ ଦାସ ଏକ ଗ୍ଲାମର ମଟର ସାଇକଲ ଯୋଗେ ଅନ୍ୟ ଦୁଇ ଜଣଙ୍କ ସହ ମାର୍ଶାଘାଇ କାଳୀଗଡା ଦେଇ ଜାତୀୟ ରାଜପଥ ଉପରକୁ ଉଠୁଥିବା ବେଳେ ପାରାଦୀପ ଅଭିମୁଖେ ଯାଉଥିବା ଏକ ଲୁହାଗୁଣ୍ତ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଫଳରେ ବାଇକ ପଛରେ ବସିଥିବା ପ୍ରସନ୍ନ ଦାସ ପଡ଼ିଯିବାରୁ ଟ୍ରକଟି ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇଜଣ ବାଇକରୁ ପଡିଯାଇ ଅଳ୍ପକେ ବଂଚିଯାଇଛନ୍ତି। ପ୍ରକାଶଯୋଗ୍ୟ ଯେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରସନ୍ନ ଦାସ ତାଙ୍କ ମୃତ ସଢ଼ୁଙ୍କ ଶେଷ ଦର୍ଶନ ପାଇଁ କାନପୁର ଆସୁଥିବା ବେଳେ ଏହି ହୃଦୟବିଦାରକ ଦୁର୍ଘଟଣା ଘଟିଥିଲା। ଆଉ ମାତ୍ର କେଇ ମିଟର ବାଟ ଯିବା ପରେ ସେ କାନପୁରରେ ପହଂଚିଥାନ୍ତେ। ମାତ୍ର ସେ ତାଙ୍କର ସଢ଼ୁଙ୍କ ଶବ ଦେଖିବା ପୂର୍ବରୁ ନିଜେ ଶବ ହୋଇଗଲେ। ମାର୍ଶାଘାଇ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରିଛି। ରିପୋର୍ଟ ଲେଖାହେବା ବେଳକୁ ମୃତକଙ୍କ ପରିବାର ଘଟଣାସ୍ଥଳରେ ପହଂଚି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe