Photo by : sakshi.com
ମହାକାଳପଡ଼ା : ଏକତରଫା ପ୍ରେମକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ବିଫଳ ପ୍ରେମିକର ଅପପ୍ରଚାର ପରେ ଅପବାଦ ସହି ନ ପାରି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁସାରେ, ବିଜୟନଗର ଗ୍ରାମର ବୈଷ୍ଣବ ମାଝୀଙ୍କ ଝିଅ ଅନୁରାଧାଙ୍କୁ ପଟ୍ଟାମୁଣ୍ଡାଇ ଥାନା ଛତ୍ରଧରପୁର ଗ୍ରାମର ତାପସ ମହାକୁଡ଼ ଏକତରଫା ପ୍ରେମ କରି ଆସୁଥିଲେ। ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଅନୁରାଧା ରାଜି ହୋଇ ନ ଥିଲେ। ପ୍ରତିଶୋଧ ପରାୟଣ ହୋଇ ତାପସ ନିଜ ଫଟୋ ସହ ଅନୁରାଧାଙ୍କ ଫଟୋ ଯୋଡ଼ି ଗ୍ରାମର ବିଭିନ୍ନ ସ୍ଥାନରେ ମାରିଥିଲେ। ଏ ନେଇ ମାନସିକ ଭାରସାମ୍ୟ ହରାଇ ଅନୁରାଧା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୈଷ୍ଣବ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।
Follow Us