ସତ୍ୟସୁଷମା ସ୍ମାରକୀ ରକ୍ତଦାନ ଶିବିର ଓ ପ୍ରତିଭା ସମ୍ମାନ ଉତ୍ସବ

ସତ୍ୟସୁଷମା ସ୍ମାରକୀ ରକ୍ତଦାନ ଶିବିର ଓ ପ୍ରତିଭା ସମ୍ମାନ ଉତ୍ସବ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କୋଳିଡିହ ପଞ୍ଚାୟତ ଅଧୀନସ୍ଥ ଦିନିଆରି ଗ୍ରାମରେ ସତ୍ୟସୁଷମା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଓ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଅଦ୍ବୈତ ପ୍ରସାଦ ବିଶ୍ବାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ
ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମା ସାଗର ପଣ୍ଡା ମୁଖ୍ୟ ଅତିଥି, ଜଗନ୍ନାଥପୁର ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ସୁକାନ୍ତ କୁମାର ତ୍ରିପାଠୀ ମୁଖ୍ୟବକ୍ତା, ଡାକ୍ତର ବନବିହାରୀ ମିଶ୍ର, ଆଳି ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ, ସମାଜସେବୀ ରବୀନ୍ଦ୍ର ମହାନ୍ତି ଓ ବାବାଜୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟ୍ରଷ୍ଟର ଏହି ସାମାଜିକ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଥିଲେ। ଏଥିସହିତ ଆଳି, ରାଜକନିକା ଓ ରାଜନଗର ବ୍ଲକର ୨୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଟ୍ରଷ୍ଟ ପକ୍ଷରୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରୁ ୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଭାପତି ସୁରେଶ ଚନ୍ଦ୍ର ପାତ୍ର, ସଂପାଦକ ନରେଶ ପାତ୍ର, ସମିତି ସଦସ୍ୟ ସୁବାସ ପରିଡା, ପୂର୍ବତନ ସରପଞ୍ଚ ଦିବାକର ନାୟକ, ସମାଜସେବୀ ଅନନ୍ତ ବିଶ୍ବାଳ, ଜଗଦାନନ୍ଦ ବଳ, ଜଗବନ୍ଧୁ ସାହୁ, ରଂଜିତ ନାୟକ, ପ୍ରଦୋଷ ପାତ୍ର, ଅବିନାଶ ପାତ୍ର ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe