ସମୁଦ୍ରରେ ବୁଡ଼ିଲା ମାଛଧରା ବୋଟ୍: ଅଳ୍ପକେ ବର୍ତ୍ତିଲେ ୭ ମତ୍ସ୍ୟଜୀବୀ

Advertisment
ସମୁଦ୍ରରେ ବୁଡ଼ିଲା ମାଛଧରା ବୋଟ୍: ଅଳ୍ପକେ ବର୍ତ୍ତିଲେ ୭ ମତ୍ସ୍ୟଜୀବୀ

ମହାକାଳପଡ଼ା:  ଗଭୀର ସମୁଦ୍ରକୁ ମାଛ ଧରି ଯାଇଥିବା ବେଳେ ଘଟିଛି ଏକ ବଡ଼ ଅଘଟଣ। ପ୍ରବଳ ଜୁଆର ଓ ଲହଡ଼ି ମାଡ଼ରେ ଏକ ବୋଟ ଓଲଟି ପଡ଼ିଯାଇଥିଲା। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ୭ଜଣ ମତ୍ସ୍ୟଜୀବୀ। ବୁଡ଼ି ଯାଉଥିବା ମତ୍ସ୍ୟଜୀବୀମାନଙ୍କୁ  ଅନ୍ୟ ବୋଟରେ ଥିବା ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରୀନାସି ଗ୍ରାମର ୭ ଜଣ ମତ୍ସ୍ୟଜୀବୀ ଗତ ୩ ତାରିଖ ସଂଧ୍ୟା ସମୟରେ ଖରୀନାସି ଜେଟୀରୁ ମା ରାମଚଣ୍ଡି ବୋଟ ସାହାଯ୍ୟରେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରି ଫେରୁଥିବା ସମୟରେ ପାଗ ଖରାପ ଥିବାରୁ ସମୁଦ୍ରରେ ଲହଡ଼ି ମାନରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଡଙ୍ଗା ଓଲଟିଲା ପରେ ମତ୍ସ୍ୟଜୀବୀମାନେ ଗଭୀର ଜଳ ରାଶିରେ ପହଁରୁଥିଲେ। ପାଖରେ ବୋଟରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଖବର ପାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ମା ରାମଚଣ୍ଡି ବୋଟ ମାଲିକ ସଂଘର କର୍ମକର୍ତ୍ତାମାନେ ଜେଟୀରୁ ଅନ୍ୟ ବୋଟ ପଠାଇ ବୁଡ଼ିଯାଇଥିବା ଡଙ୍ଗାକୁ ଗଭୀର ସମୁଦ୍ରରୁ ଟାଣିଟାଣି କୂଳକୁ ଆଣୁଛନ୍ତି। ଉଦ୍ଧାର ମତ୍ସ୍ୟଜୀବୀଙ୍କ ପରିବାର ଲୋକେ ନିଜ ଲୋକଙ୍କ ଫେରିବା ବାଟକୁ ଜେଟୀରେ ଚାହିଁ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe