ବିଲ୍‌ ଦେଖି ହିତାଧିକାରୀ ଛାନିଆ

Advertisment
ବିଲ୍‌ ଦେଖି ହିତାଧିକାରୀ ଛାନିଆ

ଡେରାବିଶ: ରାଜନଗର ଭଳି ଡେରାବିଶରେ ମଧ୍ୟ ‘ସୌଭାଗ୍ୟ’ ଯୋଜନା ପ୍ରସନ ପାଲଟିଛି। ୩ ମାସ ହେଲା ଏହି ଯୋଜନାରେ ସାମିଲ ହୋଇଥିବା ବହୁ ଗରିବ ଉପଭୋକ୍ତା ଘରେ ମାତ୍ର ଗୋଟିଏ କିମ୍ବା ଦୁଇଟି ବଲ୍‌ବ ଜାଳି ୧୭୩୧ଟଙ୍କା ଅର୍ଥାତ ମାସକୁ ୫୭୭ଟଙ୍କାର ବିଲ ପାଇଥିବା ଜଣାପଡ଼ିଛି। ବିଦ୍ୟୁତ ବିଭାଗର ଏପରି ଦାୟିତ୍ବହୀନ କାମ ପାଇଁ ‘ସୈାଭାଗ୍ୟ’ ଯୋଜନା ଗରିବଙ୍କ ପାଇଁ ଦୁର୍ଭାଗ୍ୟ ପାଲଟିଛି। ଛତା ବିଦ୍ୟୁତ ସେକ୍ସନ ଅନ୍ତର୍ଗତ ରଘୁଦେଇପୁର ପଞ୍ଚାୟତର କ˚ଶାରୀପାଟଣାର ବହୁ ଉପଭୋକ୍ତ ଏମିତି ଅଭିଯୋଗ ଆଣିଛନ୍ତି।
ଉକ୍ତ ଗ୍ରାମର ବହୁ ଗରିବ ସରକାରଙ୍କ ସୈାଭାଗ୍ୟ ଯୋଜନାରେ ସାମିଲ ହେବା ପାଇଁ ନିୟମ ଅନୁଯାୟୀ ଆବେଦନ କରିଥିଲେ। ବିଭାଗୀୟ ଯାଞ୍ଚ ପରେ ଗତ ଅଗଷ୍ଟରୁ ଛତା ସେକ୍‌ସନ ସେସୁ ପକ୍ଷରୁ କ˚ଶାରୀପାଟଣା ଗ୍ରାମର ହୃଷିକେଶ ମହାରଣା, ଭକ୍ତିଲତା କର, ଜୟନ୍ତ କୁମାର ପଣ୍ତା, ଶ୍ରୀକାନ୍ତ ମହାରଣା, ଦେବେନ୍ଦ୍ର କୁମାର କର, ଭାଷ୍କର କର, ଗଣେଶ୍ବର ଘଡାଇ ଓ ଗଜେନ୍ଦ୍ର ଘଡାଇ ପ୍ରମୁଖ ୨୦ରୁ ଅଧିକଙ୍କ ଘରେ ବିଦ୍ୟୁତ ସରଂଜାମ ଲଗାଯାଇ ମାସ ଶେଷରେ ବିଦ୍ୟୁତ ସ˚ଯୋଗ କରାଯାଇଥିଲା। ସେସୁ ବିଦ୍ୟୁତ ସ˚ଯୋଗ ଦେଇଥିଲେ ସୁଦ୍ଧା କୈାଣସି ଉପଭୋକ୍ତାଙ୍କ ଘରେ ମିଟର ଲଗାଇ ନ ଥିଲା। ତେବେ ବିଦ୍ୟୁତ ସ˚ଯୋଗ ପରେ ବିଭାଗୀୟ ସ୍ତରରୁ କୈାଣସି ବିଲ ଆସି ନ ଥିଲା। ତେବେ ଗତ ୨୦ ତାରିଖ ପରେ ହଠାତ ଏହି ସେକସନର ବିଦ୍ୟୁତ ବିଲ ଆଦାୟ ଦାୟିତ୍ବରେ ଥିବା ଏନଜେନ୍‌ କର୍ମଚାରୀମାନେ ସୈାଭାଗ୍ୟ ଯାଜନାରେ ସାମିଲ ହୋଇଥିବା ଉପଭୋକ୍ତମାନଙ୍କୁ ୧୨ ତାରିଖରେ ପ୍ରସ୍ତୁତ କରାଯାଇଥିବା ବିଲ ଦେଇଥିଲେ।

ଏଥିରେ ଅକ୍ଟୋବର ମାସର ବିଲ ବାବଦରେ ୫୭୦ ଟଙ୍କା ୩୭ ପଇସା ହୋଇଥିବା ବେଳେ ବକେୟା ବାବଦରେ ୧୧୬୦ଟଙ୍କା ୭୪ପଇସା ଏବ˚ ସର୍ବମୋଟ ୧୭୩୧ଟଙ୍କା ୧୧ ପଇସା ବିଲ ହୋଇଥିବା ଦର୍ଶାଯାଇଥିଲା। ଏ ନେଇ ବିଭାଗୀୟ କର୍ମଚାରୀଙ୍କୁ ପଚାରିବାରୁ କାଳେ ଉକ୍ତ ବିଲ ପୈଠ ନ କଲେ ବିଦ୍ୟୁତ ସ˚ଯୋଗ କାଟି ଦିଆଯିବ ବୋଲି ଧମକ ଦେଇଥିବା ବହୁ ଉପଭୋକ୍ତା ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏହି ଯୋଜନାରେ ସାମିଲ ହୋଇଥିବା ଉକ୍ତ ଗ୍ରାମର ଉପଭୋକ୍ତାଙ୍କ ଘରେ ଲଗାଯାଇଥିବା ସରଞ୍ଜାମ ଅଲଗା ଅଲଗା ପ୍ରକାରର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। କେତେକଙ୍କ ଘରେ ଲାଗିଥିବା ବିଦ୍ୟୁତ ସରଞ୍ଜାମ କଳା ପଡିଯାଇଥିବା କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି।
ବିଭାଗୀୟ ସେସୁ ଯନ୍ତ୍ରୀଙ୍କୁ ପଚାରିବାରୁ ଏଯାବତ ହଜାରରୁ ଅଧିକ ଗରିବ ପରିବାରକୁ ବିଦ୍ୟୁତ ସ˚ଯୋଗ ଦିଆସରିଛି। ଠିକା ସ˚ସ୍ଥା କାର୍ଯ୍ୟକରୁଥିବା ଘରେ ସମସ୍ତ ବିଦ୍ୟୁତ ସରଞ୍ଜାମ ସହ ମିଟର ବସାଯାଉଥିବା ବେଳେ ସେସୁକୁ ମିଟର ମିଳିନଥିବାରୁ ଏହା ଲଗାଯାଇପାରୁନାହିଁ। ଫଳରେ ସେସୁ ବିଦ୍ୟତ ସ˚ଯୋଗ ଦେଉଥିବା ଉପଭୋକ୍ତାଙ୍କ ନିକଟକୁ ବିଭାଗୀୟ ସର୍ବନିମ୍ନ ୫୭୦ଟଙ୍କାର ବିଲ ଦିଆଯାଇଛି। ମିଟର ଲାଗିବା ପରେ ଉପଭାକ୍ତୋମାନଙ୍କୁ ମିଟର ରିଡି˚ ଅନୁଯାଇ ଟଙ୍କା ପୈଠ କରିବାକୁ ପଡିବ ଓ ଅବଶିଷ୍ଟ ବଳକା ଅର୍ଥ ମଧ୍ୟ ବିଲରେ ଆଡଜଷ୍ଟ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe