କେନ୍ଦ୍ରାପଡ଼ା: ଟିଟୋ ମାମଲାରେ ଚାର୍ଜସିଟ୍‌ ଦାଖଲ କଲା ଏସ୍‌ଟିଏଫ୍‌

କେନ୍ଦ୍ରାପଡ଼ା: ଟିଟୋ ମାମଲାରେ ଚାର୍ଜସିଟ୍‌ ଦାଖଲ କଲା ଏସ୍‌ଟିଏଫ୍‌

କେନ୍ଦ୍ରାପଡ଼ା: କୁଖ୍ୟାତ ଅପରାଧୀ ଟିଟୋ ମାମଲାରେ ଏସ୍‌ଟିଏଫ୍‌ ମଙ୍ଗଳବାର ଏସ୍‌ଡିଜେଏମ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ଏସ୍‌ଟିଏଫ୍‌ ଠିକାଦାର ଶିବ ପ୍ରସାଦ ପରିଡା ଅପହରଣ ମାମଲାରେ ଟିଟୋ, ସେକ୍‌ ବାବର ଓରଫ ଚାନୁ ଏବଂ ଇମ୍ରାନ୍‌ଙ୍କୁ ଯୋଡ଼ିଛି। କେନ୍ଦ୍ରାପଡ଼ା ନିକଟ ବାରିମୂଳସ୍ଥିତ ଜେଲରେ ବର୍ତ୍ତମାନ ଟିଟୋ କଏଦୀ ଭାବେ ଜୀବନ ବିତାଉଛି। ଟିଟୋ ବିରୋଧରେ ପାଖାପାଖି ୫୫ଟି ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ କୁଖ୍ୟାତ ଅପରାଧୀ ଶେଖ ଉସମାନ ଅଲ୍ଲୀ ଓରଫ ଟିଟୋକୁ ଗିରଫ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଗତ ଏପ୍ରିଲରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଏହା ପରେ ଜୁନ ୩୦ରେ ସ୍ୱତନ୍ତ୍ର ପୁଲିସ ଟିମ୍‌ ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଠାରେ ଏନ୍‌କାଉଣ୍ଟର କରିଥିଲା। ଟିଟୋଙ୍କ ବାମ ଗୋଡ଼ରେ ଗୁଳି ବାଜିବା ପରେ ସେ ତଳେ ପଡ଼ି ଯାଇଥିଲା। ଟିଟୋଙ୍କୁ ଜୁଲାଇ ୪ ରାତି କେନ୍ଦ୍ରାପଡ଼ା ଏସଡିଜେଏମ୍‌ କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe