ଚାକିରି କରାଇଦେବା ନାଁରେ ଠକେଇ

Advertisment
ଚାକିରି କରାଇଦେବା ନାଁରେ ଠକେଇ

Financial planning

ରାଜକନିକା: କଲେଜରେ ଚାକିରି ଦେବାକୁ କହି ଜଣେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ଯୁବକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି।
ଅଭିଯୋଗ ମୁତାବକ, ରାଜକନିକା ଥାନା ଅନ୍ତର୍ଗତ ଆରସା ଗ୍ରାମର ସସ୍ମିତା ଦାଶଙ୍କୁ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର ଲେଡିଜ୍ ହଷ୍ଟେଲରେ ଆଟେଣ୍ତାଣ୍ଟ ଭାବେ ଚାକିରି କରାଇଦେବା ପାଇଁ ମହିଳାଙ୍କ ଶ୍ବଶୁର ଶ୍ରୀନିବାସ ଦାଶଙ୍କଠାରୁ ସେବାସାହି ଗ୍ରାମର ବୀର ବିକ୍ରମଦେବ ବିଶ୍ବାଳ ୧ଲକ୍ଷ ଟଙ୍କା ନେଇଥିଲେ। ମହିଳା ଜଣକ ମ୍ୟାଟ୍ରିକ୍ ପାଶ୍ କରିବା ପରେ ଚାକିରି ମିଳିବ ବୋଲି କଲେଜ ଅଧ୍ୟକ୍ଷ କହିଥିଲେ। ସମ୍ପୃକ୍ତ ଯୁବକ ଜଣକ ସ୍ଥାନୀୟ ଆର.ଏନ୍. ହାଇସ୍କୁଲରେ କର୍ମଚାରୀ ହୋଇଥିବାରୁ ସ୍କୁଲରେ ଖୋଲିଥିବା ଓପନ ୟୁନିଭରସିଟି ମାଧ୍ୟମରେ ମ୍ୟାଟ୍ରିକ୍ ପାଶ୍ କରାଇଦେବେ ବୋଲି କହି ଦୁଇ କିସ୍ତିରେ ‌୧ ଲକ୍ଷ ଟଙ୍କା ନେଇ ସୁରକ୍ଷିତ ରହିଲାବୋଲି କହିଥିଲେ। ବର୍ଷେ ବିତିଯାଇଥିଲେ ବି ଚାକିରି ନ ମିଳିବାରୁ ଶ୍ରୀନିବାସ ସମ୍ପୃକ୍ତ ଯୁବକଙ୍କୁ ଟଙ୍କା ମାଗିଥିଲେ। ଦୁଇ କିସ୍ତିରେ ୫୭ହଜାର ଟଙ୍କା ଫେରସ୍ତ କରିଥିବା ବେଳେ ଅବଶିଷ୍ଟ ୪୩ହଜାର ଟଙ୍କା ନ ଦେବାରୁ ଶ୍ରୀନିବାସ ସମ୍ପୃକ୍ତ ଯୁବକଙ୍କ ନାମରେ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ବୀରବିକ୍ରମ ଦେବ ତାଙ୍କ ଟିଭିଏସ୍‌ ମଟରସାଇକଲକୁ ଶ୍ରୀନିବାସ ଚୋରାଇ ନେଇଥିବା ନେଇ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe