ଶୌଚ ପାଇଁ ଯାଇଥିଲେ ବୃଦ୍ଧ: ନଦୀ ଭିତରକୁ ଟାଣିନେଲା କୁମ୍ଭୀର

Advertisment
ଭିତରକନିକାରେ ୧୭୯୩, ସାତକୋଶିଆରେ ୯୦ କୁମ୍ଭୀର

Club of Mozambique

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି କୁମ୍ଭୀର ଆତଙ୍କ। ଆଜି ସକାଳେ ଘାଗରା ପଞ୍ଚାୟତ ଘାଗରଡ଼ିଆ ଗାଁ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେଇଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଘାଗରଡ଼ିଆ ଗାଁର ଗଙ୍ଗାଧର ତରାଇ(୬୫) ନାମକ ଜଣେ ବୃଦ୍ଧ ବ୍ରାହ୍ମଣୀ ନଦୀରେ ଶୌଚ ପାଇଁ ଯାଇଥିଲେ। ସେ ଶୌଚ ସାରି ନଦୀ ଉପରକୁ ଆସିବା ବେଳେ ହଠାତ୍ ଗଙ୍ଗାଧରଙ୍କୁ କୁମ୍ଭୀର ଟାଣିନେଇଥିଲା। ଏହି ସମୟରେ ଗଙ୍ଗାଧର ଚିତ୍କାର କରିଥିଲେ।  ତାଙ୍କ ପାଟି ଶୁଣି ଆଖପାଖ ଲୋକ ଧାଇଁ ଆସିଥିଲେ, ହେଲେ ସେତେବେଳକୁ କୁମ୍ଭୀରଟି ଗଙ୍ଗାଧରଙ୍କୁ ପାଣି ଭିତରକୁ ନେଇ ଅଦୃଶ୍ୟ ହୋଇସାରିଥିଲା। ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏବେ ବି  ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଜଣକ ପରେ ଜଣକ ଜୀବନ ଚାଲିଯାଉଛି। ପୂର୍ବରୁ ଗତ ୨୧ ତାରିଖରେ ନିଜ ବାଡ଼ି ପୋଖରୀ ତୁଠରେ ବାସନ ମାଜୁଥିବା ବେଳେ ଜଣେ ମହିଳାଙ୍କୁ ଟାଣି ନେଇଥିଲା କୁମ୍ଭୀର। ଏହି ମହିଳା ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁର ବୈଲୋଚନ ଦାସଙ୍କ ସ୍ତ୍ରୀ ସୀତାରାଣୀ(୪୫)। ଦୀର୍ଘ ୩ ଘଣ୍ଟା ପରେ ତାଙ୍କ ମୃତଦେହ ପୋଖରୀ ନିକଟ ନାଳରୁ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଆଗରୁ ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀ କୂଳରୁ ପ୍ରଥମ ରଜ ଦିନ ନିମପୁର ଗାଁର ୧୦ବର୍ଷର ନାବାଳକ ଆଶୁତୋଷ ଆଚାର୍ଯ୍ୟଙ୍କୁ କୁମ୍ଭୀର ମା’ କୋଳରୁ ଟାଣି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe