କୁମ୍ଭୀର ଟାଣି ଖାଇଦେଲା, ଆଜି ମିଳିଲା ମୃତଦେହ

Advertisment
କୁମ୍ଭୀର ଟାଣି ଖାଇଦେଲା, ଆଜି ମିଳିଲା ମୃତଦେହ

ରାଜକନିକା: କୁମ୍ଭୀର ଆକ୍ରମଣରେ ପୁଣି ଜଣେ ଲୋକର ଜୀବନ ଗଲା। ଏ ଭଳି ଘଟଣା ଘଟିଛି, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ବଣିଆ ପଞ୍ଚାୟତର ସିଙ୍ଗିଡ଼ି ଗାଁ ସନାତନ ସାମଲ (୪୮) ନିଜ ସମ୍ପର୍କୀୟଙ୍କ ଶବ ଦାହ ସାରି ଗାଁ ନିକଟରେ ଖରସ୍ରୋତା ନଦୀକୁ ଲାଗି ଥିବା ସିଙ୍ଗିଡ଼ି ଜୋରକୁ ଗତକାଲି ସନ୍ଧ୍ୟା ସମୟରେ ଗାଧୋଇବାକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନଥିଲେ। ଘର ଲୋକମାନେ ବହୁ ଖୋଜାଖୋଜି ପରେ ପାଇ ନଥିଲେ।

ଆଜି ସକାଳେ ସେହି ଜୋରରେ ସନାତନଙ୍କ ମୃତଦେହ ଭାସୁଥିବାର ଲୋକମାନେ ଦେଖିଥିଲେ। ତାଙ୍କ ଶରୀରର ଅଧା ଅଂଶ କୁମ୍ଭୀର ଖାଇ ଦେଇଥିବା ଦେଖିବାକୁ ମିଳିଛି। ପରିବାରରେ କାନ୍ଦ ବୋବାଳିରେ ଫାଟି ପଡୁଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe