ରାଜନଗରରେ ଚାଞ୍ଚଲ୍ୟ: ବଡ଼ଭାଇ ଆଗରେ ସାନକୁ ଟାଣିନେଲା କୁମ୍ଭୀର

Advertisment
ରାଜନଗରରେ ଚାଞ୍ଚଲ୍ୟ: ବଡ଼ଭାଇ ଆଗରେ ସାନକୁ ଟାଣିନେଲା କୁମ୍ଭୀର

Britannica

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଦକ୍ଷିଣଭେଡ଼ା ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଡ଼ଭାଇ ନିର୍ମଳ ମଳିକଙ୍କ ଆଗରେ ସାନଭାଇ ନିମାଇଁ ମଳିକକୁ ଟାଣିନେଇଛି କୁମ୍ଭୀର। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଦୁଇ ଭାଇ ନିର୍ମଳ ଓ ନିମାଇଁ ବ୍ରାହ୍ମଣୀ ନଦୀ ପାଖରେ ଥିବା ଥିବା ନାଳରୁ ଗରାରେ ପାଣି ନେଇ ପରିବା କ୍ଷେତରେ ଦେଉଥିଲେ। ଏହି ସମୟରେ ଏକ କୁମ୍ଭୀର ହଠାତ୍ ସାନଭାଇ ନିମାଇଁ ମଳିକକୁ ଟାଣିନେଇଥିଲା।

ସେ ନିମାଇଁକୁ କୁମ୍ଭୀର କବଳରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ବି ଅସଫଳ ହୋଇଥିଲେ। ଏନେଇ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe