ନଦୀରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Advertisment
ନଦୀରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଆଳି/ ଗୋବିନ୍ଦପୁର: ଆଳି ବ୍ଲକ ମାହାରାକୁଦ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ଖରସ୍ରୋତା ନଦୀରୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ନିରଞ୍ଜନ ସାହୁ। ସ୍ୱୟଂ ସହାୟକ ଗୋଷ୍ଠୀର ଅର୍ଥ ଆଦାୟ କରିବାକୁ ଯାଇଥିବା ବେଳେ ସେ ଡିସେମ୍ବର ମାସ ୭ ତାରିଖରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର ପତ୍ତା ମିଳି ନ ଥିଲା। ସେହି ମାସ ୧୧ ତାରିଖରେ ପତ୍ନୀ କନକଲତା ଏ ନେଇ ଏତଲା ଦେଇଥିଲେ। ଆଜି ଶବ ମିଳିବା ପରେ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି କନକଲତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe