କାଗଜପତ୍ରରେ ଚାଲିଛି ପଟ୍ଟାମୁଣ୍ତାଇ ସବ୍‌-ଡ଼ିଭିଜନାଲ୍‌ ହପ୍ସିଟାଲ ! ୧୯ ଡ଼ାକ୍ତର ପଦବୀରୁ ୧୧ ଖାଲି

Advertisment
କାଗଜପତ୍ରରେ ଚାଲିଛି ପଟ୍ଟାମୁଣ୍ତାଇ ସବ୍‌-ଡ଼ିଭିଜନାଲ୍‌ ହପ୍ସିଟାଲ ! ୧୯ ଡ଼ାକ୍ତର ପଦବୀରୁ ୧୧ ଖାଲି

Sambad

ପଟ୍ଟାମୁଣ୍ତାଇ:  ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ବ ଦେବା ସହ ପ୍ରଥମ ପର୍ଯ୍ୟାୟରେ ଏହି ବିଭାଗକୁ ‘ମୋ ସରକାର’ରେ ସାମିଲ କରିଥିଲେ। ୫-ଟି ସଚିବ କେନ୍ଦ୍ରାପଡ଼ା ଜିଲ୍ଲା ମେଡିକାଲକୁ ଗସ୍ତ କରି ଜିଳ୍ଲାର ସ୍ବାସ୍ଥ୍ୟସେବା ଉପରେ ଆଲୋଚନା କରିଥିଲେ। ମାତ୍ର ପଟ୍ଟାମୁଣ୍ତାଇ ମେଡିକାଲରେ ସ୍ବାସ୍ଥ୍ୟସେବା ଏକରକମ ଠପ୍‌ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଡାକ୍ତରଖାନାରେ ମୋଟ ୧୯ ଜଣ ଡାକ୍ତରଙ୍କ ମଧୢରୁ ମାତ୍ର ୮ଜଣ ନିଯୁକ୍ତି ପାଇଛନ୍ତି। ଅନ୍ୟ ୧୧ଟି ପଦବୀ ଖାଲି ପଡିଛି।

ଫଳରେ ସ୍ବାସ୍ଥ୍ୟସେବାରେ ଅବନତି ଘଟିବା ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନା ମଧ୍ୟ ଠପ ହୋଇଛି। କେତେକ କାଗଜପତ୍ରରେ ଚାଲିଥିଲେ  ମେଡିକାଲକୁ ଆସି ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅବ୍ୟବସ୍ଥାକୁ ନେଇ ଚଳିତ ବିଧାନସଭାରେ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ ପ୍ରଶ୍ନ କରିଥିଲେ। ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ ଖୁବ ଶୀଘ୍ର ଏହି ମେଡିକାଲରେ ଡାକ୍ତର ନିଯୁକ୍ତି ଦିଆଯିବ। ତେବେ, ଏହା କେବେ ହେବ ତାକୁ ନେଇ କିଛି ସ୍ପଷ୍ଟ ହୋଇ ପାରି ନାହିଁ। ତା’ ସାଙ୍ଗକୁ ଡାକ୍ତରମାନଙ୍କ ମନମୁଖୀ ବ୍ୟବହାର ଏଠାରେ ରୋଗୀ ସେବାକୁ ଅଧିକ ସ˚ଗିନ କରିଛି।

ପଟ୍ଟାମୁଣ୍ତାଇ ମେଡିକାଲକୁ ସବଡିଭିଜନାଲ ମେଡିକାଲ ଭାବେ ଘୋଷଣା କରିବାକୁ ଦୁଇବର୍ଷରୁ ଅଧିକ ହେଲୋଣି। ଏହାର କାର୍ଯ୍ୟକାରିତାକୁ ଅର୍ଥ ବିଭାଗ ମ˚ଜୁରି ଦେଇ ନଥିବାରୁ କୌଣସି ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ। ନିୟମ ଅନୁଯାୟୀ ସବଡିଭିଜନ ହସପିଟାଲରେ ଯେଉଁ ଡାକ୍ତର ଓ କର୍ମଚାରୀମାନେ ନିଯୁକ୍ତ ହେବେ ଓ ଭିତ୍ତିଭୂମିର ବିକାଶ ହେବ, ତାହା ଅର୍ଥ ବିଭାଗ ମଞ୍ଜୁର କରିବା କଥା। ହେଲେ, ଦୁଇବର୍ଷ ପରେ ବି ଏହି ମଂଜୁରୀ ସରକାରଙ୍କ ନାଲିଫିତା ତଳେ ଅଟକିଛି।

ମେଡିକାଲ କର୍ତ୍ତୃପକ୍ଷ କେବଳ ମେଡିକାଲ ଆଗରେ ସବଡିଭିଜନ ମେଡିକାଲ ସାଇନବୋର୍ଡ ଲେଖି ହାତବାନ୍ଧି ବସିଛନ୍ତି। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସୂଚନାଯୋଘ୍ୟ, ପଟ୍ଟାମୁଣ୍ତାଇ ମେଡିକାଲ ଉପରେ ପଟ୍ଟାମୁଣ୍ତାଇ ପୌରାଚ˚ଳ ଓ ବ୍ଳକ୍‌ ଅଞ୍ଚଳ ସହ ଆଳି, ରାଜକନିକା, ରାଜନଗର ସମେତ ମହାକାଳପଡାର କେତେକ ପ˚ଚାୟତର ଲୋକ ଚିକିତ୍ସା ପାଇଁ ନିର୍ଭର କରିଥାଆନ୍ତି। ରାଜ୍ୟ ସରକାର ଏହି ଘଟଣାକୁ ଦେଖି ୨୦୧୮ ମସିହା ଜୁଲାଇ ମାସରେ ଏହି ମେଡିକାଲକୁ ସବଡିଭିଜ ମେଡିକାଲ ଭାବରେ ଘୋଷଣା କରିବା ସହ ଏହାକୁ ୫୦ ଶଯ୍ୟାବିଶିଷ୍ଟ କରାଯିବାକୁ ମଧୢ ଘୋଷଣା କରିଥିଲେ।

ସ୍ବାସ୍ଥ୍ୟ ବିଭାଗ ସବ୍‌-ଡିଭିଜନାଲ ମେଡିକାଲ ଭାବରେ ଘୋଷଣା କରିବାର କିଛିମାସ ପରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ପ୍ରମୋଦ କୁମାର ପ୍ରହରାଜଙ୍କୁ ଏଠାରେ ମଧୢ ନିଯୁକ୍ତି ଦେଲେ। ଏଠାରେ ସବଡିଭିଜନାଲ ମେଡିକାଲର କୌଣସି ଅଫିସ ନଥିବାରୁ ନିଯୁକ୍ତି ପାଇଥିବା ଡାକ୍ତର ଶ୍ରୀ ପ୍ରହରାଜ ବସିବାକୁ ଘର ନାହିଁ। ତାଙ୍କୁ ସ୍ଥାୟୀ ଭାବେ ବଦଳି କରାଯାଇ ନଥିବାରୁ ସେ ଦରମା ମଧୢ ଭୁନେଶ୍ବରରୁ ପାଉଛନ୍ତି।

ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସବଡିଭିଜନାଲ ହସପିଟାଲ ଘୋଷଣା କରାଗଲେ ଏଠାରେ ବିଭିନ୍ନ ବିଭାଗର ୧୯ ଜଣ ଡାକ୍ତର ନିଯୁକ୍ତି ପାଇବା ସହ ଆନୁସଙ୍ଗିକ ଷ୍ଟାଫନର୍ସ, ନର୍ସ ଓ କର୍ମଚାରୀ ନିଯୁକ୍ତି ପାଇବା କଥା। ମାତ୍ର ବର୍ତ୍ତମାନ ମାତ୍ର ୮ ଜଣ ନିଯୁକ୍ତି ପାଇଛନ୍ତି। ଏହାସହ ଜଣେ ସବ୍‌-ଡିଭିଜନସ୍ତରୀୟ ମେଡିକାଲ ଅଫିସର ନିଯୁକ୍ତି ହେବେ। ହେଲେ, ଏଠାରେ ତାହା କରାଯାଉ ନାହିଁ। ଅର୍ଥବିଭାଗ ମ˚ଜୁରୀ ମିଳି ନଥିବାରୁ ଏହା କେବଳ ଘୋଷଣାରେ ରହିଛି। ପ୍ରତ୍ୟେକ ଦିନ ପଟ୍ଟାମୁଣ୍ତାଇ ମେଡିକାଲକୁ ପାଖାପାଖି ୧ ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି।

ରାଜ୍ୟ ସରକାର ଏଠାରେ ୩୦ ଶଯ୍ୟା ବିଶିଷ୍ଟ ଏକ ମଦର ଏଣ୍ଡ୍‌ ଚାଇଲ୍‌ଡ ହସପିଟାଲ୍‌(ଏମସିଏଚ) ଖୋଲିଛନ୍ତି। ଏହି କେନ୍ଦ୍ରକୁ ଉଦଘାଟନ କରାଯାଇଥିଲେ ମଧ୍ୟ ଜଣେ ହେଲେ ଡାକ୍ତର , ନର୍ସ କିମ୍ବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ତା’ ସାଙ୍ଗକୁ ଏଠାରେ ସ୍ତ୍ରୀ-ରୋଗ ଓ ପ୍ରସୂତି ବିଶେଷଜ୍ଞ ଓ ଶିଶୁରୋଗ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ପଟ୍ଟାମୁଣ୍ତାଇ ମେଡିକାଲରେ ଗାଇନିକ୍‌ ଓ ଶିଶୁ ଡାକ୍ତର ପଦବୀ ଖାଲି ପଡିଛି।

ଫଳରେ ଚିକିତ୍ସା ପାଇଁ ଆସୁଥିବା ଶହଶହ ଶିଶୁ ଓ ପ୍ରସୂତି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଟ୍ଟାମୁଣ୍ତାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମେଡିସିନ ଓ ସର୍ଜରି ଭଳି ବିଭାଗ ଡାକ୍ତର ଅଭାବରୁ ଖାଲି ପଡିଛି। ଫଳରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିବା ସହ ସାଧାରଣ ଲୋକେ ଚିକିତ୍ସା କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି।

ଘର ନଥିବାରୁ ଡାକ୍ତରମାନେ ପରିତ୍ୟକ୍ତ ଘରେ ବସି ରୋଗୀ ଦେଖିବା ସହ ଡ୍ରେସି˚, ପାଥୋଲାବ, ଏକ୍ସ୍‌-ରେଗୁଡିକ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରୁ ନାହିଁ। ରାଜ୍ୟ ସରକାର ପଟ୍ଟାମୁଣ୍ତାଇ ସବଡିଭିଜନାଲ ହସପିଟାଲକୁ ଅର୍ଥ ବିଭାଗର ମଞ୍ଜୁରୀ କରାଇ ତୁରନ୍ତ ଏହାକୁ ସବଡିଭିଜନାଲ ହସପିଟାଲର ସ୍ବୀକୃତି ଦେବା ସହ ଅଧିକ ଡାକ୍ତର ନିଯୁକ୍ତି କରିବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe