ଓଲଟିଲା ପିକନିକ୍ ବସ୍: ଡ୍ରାଇଭର୍ ଓ ହେଲପର୍ ଗୁରୁତର

Advertisment
ଓଲଟିଲା ପିକନିକ୍ ବସ୍: ଡ୍ରାଇଭର୍ ଓ ହେଲପର୍ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ଲୋକନାଥପୁର ଛକରେ ଏକ ପିକନିକ ବସ ଓଲଟିବା ଫଳରେ ଡ୍ରାଇଭର୍ ଓ ହେଲପର୍ ଗୁରୁତର ହୋଇଥିବାର ଖବର ମିଳିଛି। ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।

ପଟ୍ଟାମୁଣ୍ଡାଇ ବ୍ଲକ୍ ଅରଡ଼ପଲ୍ଲୀ ଗାଁରୁ ଶନିବାର ଦିନ ଏକ ପିକନିକ ବସ (ଶ୍ରୀମନ୍ଦିର) ଲୋକମାନଙ୍କୁ ନେଇ ପୁରୀ ଯାଇଥିଲା। ବିଳମ୍ବିତ ରାତିରେ ବସ୍ ପୁରୀରୁ ଅରଡ଼ପଲ୍ଲୀରେ ଯାତ୍ରୀଙ୍କୁ ଛାଡ଼ି ଫେରିବା ବେଳେ ଦୁର୍ଘଟଣା ଲୋକନାଥପୁର ଛକରେ ଥିବା କେନାଲ ପାଖରେ ଓଲଟିଥିଲା। ଏହାଫଳରେ ଡ୍ରାଇଭର୍ ଓ ହେଲପର୍ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ସଦର ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe