ରାଜକନିକା ଶିକ୍ଷା ବ୍ୟବସ୍ଥାରେ ଅରାଜକତା: ମା ପ୍ରଧାନ ଶିକ୍ଷୟତ୍ରୀ, ପାଠ ପଢ଼ାଉଛନ୍ତି ଝିଅ

Advertisment
ରାଜକନିକା ଶିକ୍ଷା ବ୍ୟବସ୍ଥାରେ ଅରାଜକତା: ମା ପ୍ରଧାନ ଶିକ୍ଷୟତ୍ରୀ, ପାଠ ପଢ଼ାଉଛନ୍ତି ଝିଅ

ରାଜକନିକା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଶିକ୍ଷା ବ୍ୟବସ୍ଥା ଅବ୍ୟବସ୍ଥାରେ ପରିଣତହୋଇଛି। ଲାଞ୍ଚ ନେଇ ଖୋଦ ଡିଇଓ ଭିଜିଲାନ୍ସ ଦ୍ୱାରା ଧରା ପଡି ଜେଲରେ। ରାଜକନିକା ବ୍ଲକର ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଦିନକୁ ଦିନ ଗୋଟେ ପରେ ଗୋଟେ ପଦାକୁ ଆସୁଛି। ସେହିଭଳି ଘଟଣା ହେଉଛି ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କିଛି ଦିନ ହେବ ଶିକ୍ଷୟତ୍ରୀ ମାଙ୍କ ପାଇଁ ତାଙ୍କ ଝିଅ ଶିକ୍ଷାଦାନ କରିବା ସାଧାରଣ ଚର୍ଚ୍ଚାକୁ ଆସିଛି।

ରାଉତବର୍ତ୍ତନୀ ଗାଁର ବାସିନ୍ଦା ତଥା ଏହି ବିଦ୍ୟାଳୟର ଶିକ୍ଷୟତ୍ରୀ ଅହଲ୍ୟା ବିଶ୍ୱାଳ କିଛି ଦିନ ହେବ ବିଦ୍ୟାଳୟକୁ ନଯାଇ ତାଙ୍କ ଝିଅ ସୀମାରେଖା ମହାନ୍ତି ନିୟମିତ ମାଙ୍କ ପାଇଁ ବିଦ୍ୟାଳୟକୁ ଯିବା ନଜରକୁ ଆସିଥିଲା।ଆମେ ସେହି ବିଦ୍ୟାଳୟରେ ପହଂଚି ଖବର ସଂଗ୍ରହ ବେଳେ ସୀମାରେଖା ତୁମେ କିଏ କଣ ପାଇଁ ଆସିଛ କହି ଫୋନରେ ନିଜ ମମି (ଅହଲ୍ୟା )ଙ୍କୁ ଫୋନ କରି ମମି ମିଡିଆଵାଲା ଆସିଛନ୍ତି, ତୁ ଜଲଦି ଆସେ ବୋଲି କହୁଥିବା ଯାହା ଆମ କ୍ୟାମେରାରେ କୟଦ ହୋଇଛି।

ବିଇଓ ସାର୍ ମୋତେ କହିଛନ୍ତି ପାଠ ପଢ଼ାଇବା ପାଇଁ। ଆମେ ଯେତେବେଳେ ବିଇଓ ଅଫିସରେ ପହଂଚି ବିଇଓଙ୍କୁ ପଚାରୁ ସେ କୁହନ୍ତି ଏ ବିଷୟରେ ମୁଁ ଜାଣିନାହିଁ ସିଆରସିସିଙ୍କୁ ପଚାରି କହିବି ତାଙ୍କ ପତିକ୍ରିୟାରେ କହିଛନ୍ତି । ଏଠି ପ୍ରଶ୍ନ ଉଠେ ନିଜ ଗାଁର ଝିଅ ହେଉ କି ବୋହୂ ନିଜ ଗାଁରେ ଶିକ୍ଷାଦାନ କରିବା ଯୋଗୁଁ ଏଭଳି ଘଟଣା ଘଟୁଛି। ତେଣୁ ପ୍ରଶ୍ନ ଉଠୁଛି ବିଇଓ ଜାଣିଶୁଣି ଅଜଣା ଥିବା ଜଣାପଡୁଛି। ତେବେ କେବେ ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବେ  ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe