ଫସଲ ନଷ୍ଟ ଯୋଗୁଁ କେନ୍ଦ୍ରାପଡ଼ାର ଚାଷୀଙ୍କ ହୃଦଘାତରେ ମୃତ୍ୟୁ

Advertisment
ଫସଲ ନଷ୍ଟ ଯୋଗୁଁ କେନ୍ଦ୍ରାପଡ଼ାର ଚାଷୀଙ୍କ ହୃଦଘାତରେ ମୃତ୍ୟୁ

କେନ୍ଦ୍ରାପଡ଼ା: ଫସଲ ନଷ୍ଟ ଯୋଗୁଁ ମହାକାଳପଡ଼ା ଅଞ୍ଚଳରେ ମଙ୍ଗଳବାର ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଆମେଇପାଲା ଗ୍ରାମର ନାରାୟଣ ବେହେରାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ବଙ୍ଗୋପ ସାଗରରେ ଲଘୁଚାପ ଯୋଗୁଁ ଗତ ସପ୍ତାହରେ ପ୍ରବଳ ବର୍ଷା ହୋଇଥିଲା। ପ୍ରାୟ ୫ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାରୁ ମହାକାଳପଡ଼ା ଅଞ୍ଚଳରେ ବିପୁଳ ପରିମାଣରେ ଫସଲ ନଷ୍ଟ ହୋଇଥିଲା। ଲଘୁଚାପ ବର୍ଷା ଗତ ନଭେମ୍ବର ୧୮ରେ ଶେଷ ହୋଇଥିଲା। ଏଣେ ନାରାୟଣ ଋଣ କରି ଚାଷ କରିଥିବାରୁ ସାହୁକାରଙ୍କୁ ପରିଶୋଧ କରିବା ନେଇ ଚିନ୍ତାରେ ଥିଲେ। ବିଲରେ ଫସଲର ଦୟନୀୟ ଅବସ୍ଥା ଦେଖି ସେ ହୃଦଘାତର ଶିକାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe