Advertisment

Farmer Death: ଅସହ୍ୟ ହେଲା ମଣ୍ଡି ନିର୍ଯାତନା, ଆଖି ବୁଜିଲେ ଚାଷୀ

Advertisment

ଅସହ୍ୟ ହେଲା ମଣ୍ଡି ଯନ୍ତ୍ରଣା | ଆତ୍ମହତ୍ୟା କଲେ ଚାଷୀ | କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁରେ ଚାଷୀ ତ୍ରିଲୋଚନ ନାୟକ ସରକାରୀ ମଣ୍ଡି ନିର୍ଯାତନା ସହି ନପାରି ଆଖି ବୁଜିଛନ୍ତି |

ଅସହ୍ୟ ହେଲା ମଣ୍ଡି ଯନ୍ତ୍ରଣା | ଆତ୍ମହତ୍ୟା କଲେ ଚାଷୀ | କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁରେ ଚାଷୀ ତ୍ରିଲୋଚନ ନାୟକ ସରକାରୀ ମଣ୍ଡି ନିର୍ଯାତନା ସହି ନପାରି ଆଖି ବୁଜିଛନ୍ତି |

death

କେନ୍ଦ୍ରାପଡା: ଅସହ୍ୟ ହେଲା ମଣ୍ଡି ଯନ୍ତ୍ରଣା | ଆତ୍ମହତ୍ୟା କଲେ ଚାଷୀ | କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁରେ ଚାଷୀ ତ୍ରିଲୋଚନ ନାୟକ ସରକାରୀ ମଣ୍ଡି ନିର୍ଯାତନା ସହି ନପାରି ଆଖି ବୁଜିଛନ୍ତି | ତ୍ରିଲୋଚନଙ୍କର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଜାନୁୟାରୀ ୧୬ରେ ଧାନ ଦେବାକୁ ମେସେଜ ଆସିଥିଲା |

ସେବା ସମବାୟ ସମିତିକୁ ଦୀର୍ଘ ୪୦ ଦିନ ଧରି ଦୌଡ଼ି ଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି | ମଣ୍ଡି ପରିବର୍ତ୍ତେ ମିଲକୁ ଧାନ ନେଇ ଯାଇଥିଲେ ତ୍ରିଲୋଚନ | ରାମଚଣ୍ଡୀ ମିଲରେ ୩ଦିନ ଅଖିଆ ଅପିଆ ଧାନ ଜଗି ରହିଥିଲେ | 

ମିଲରକୁ କୁଇଣ୍ଟାଲ ପିଛା ୬ କେଜି ବାଦେ ୩ କୁଇଣ୍ଟାଲ ଧାନ ଓ ୩ ହଜାର ଟଙ୍କା ଅନଲୋଡ଼ ପାଇଁ ଦେବା ପରେ ଧାନ ଅନଲୋଡ଼ ହେଲା | ମିଲର ଓ ସମ୍ପାଦକଙ୍କ ନିର୍ଯ୍ୟାତନା ସହି ନପାରି କାଲି ମିଲରୁ ଫେରି ଘରେ ପହଂଚିବା କ୍ଷଣି ପ୍ରାଣ ହରାଇଛନ୍ତି ଚାଷୀ | ତ୍ରିଲୋଚନଙ୍କ ମୃତ୍ୟୁ ମିଲର ଓ ସମ୍ପାଦକଙ୍କ ଅବହେଳା ପାଇଁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe