ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଚାଷୀଙ୍କୁ ଶୋଷଣ ଚରମସୀମାରେ ପହଞ୍ଚିଛି। ସରକାର କଟନୀ ଛଟନି ହେବ ନହିଁ ବୋଲି ଡିଣ୍ଡିମ ପିଟୁଥିବା ବେଳେ ରାଜନଗର ବ୍ଲକରେ ତାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି। ଖୁଲମଖୁଲା ମଣ୍ଡିରେ ଓ ମିଲରେ ଚାଷୀଙ୍କୁ ଶୋଷଣ କରାଯାଉଛି। କେହି ଚାଷୀ ପ୍ରତିବାଦ କଲେ ଟାର୍ଗେଟ ନହିଁ କହି ଚାଷୀଙ୍କୁ ହଇରାଣ କରାଯାଉ ଥିବାର ଗୁରୁତର ଅଭିଯୋଗ ହୋଇଛି। ମଣ୍ଡିରେ ସେବା ସମବାଯ ସମିତିର ସମ୍ପାଦକମାନେ ଚାଷୀଙ୍କୁ ଜୁଲମ କରି କୁଇଣ୍ଟାଲ ୫ କେଜି କାଟୁଥିବା ବେଳେ ମିଲରେ ୫ କେଜି ପରେ ମନଇଛା ଆଉ କୁଇଣ୍ଟାଲ ପିଛା ୨ରୁ ୩ କେଜି କାଟୁଛନ୍ତି। ଚାଷୀଙ୍କ ସମାସୀ ବୁଝିବାକୁ ଓ ମଣ୍ଡିରେ ପହଞ୍ଚି ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ କମିଟି ଗଠନ କରିଥିଲେ ମଧ୍ୟ କୌଣସି ଅଧିକାରୀଙ୍କୁ ମଣ୍ଡିରେ ଦେଖିବାକୁ ମିଳୁନି।
ରାଜନଗର ବ୍ଲକର ୧୩ଟି ସେବା ସମବାୟ ସମିତିରେ ଧାନ ବିକିବାକୁ ୭୧୬୮ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ୧୩ଟି ସେବା ସମବାୟ ସମିତି ଚାଷୀଙ୍କ ଠାରୁ ପ୍ରଥମ ଦଫାରେ ୮୦ ହାଜର ୧୯୫ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଛି। ମାତ୍ର ଅଧିକାଂଶ ମଣ୍ଡି ନାଁକୁ ମାତ୍ର ଖୋଲିଥିବା ବେଳେ ଚାଷୀ ସିଧାସଳଖ ଧାନ ମିଲକୁ ନେଇ ଦେଉଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ଜାନୁଆରି ୧୦ ତାରିଖରୁ ମଣ୍ଡି ଖୋଲାଯାଇଥିବା ସରକାରୀ ଭାବେ ଦେଖାଯାଉଥିଲେ ମଧ୍ୟ ରାଜନଗର ବ୍ଲକରେ ଜାନୁଆରି ୨୦ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି।
ଆହୁରି ପଢ଼ନ୍ତୁ: Dead: ଗାଜିଆବାଦର ୩ ଝିଅଙ୍କ ଆତ୍ମହତ୍ୟା: କାଳ ହେଲା ମୋବାଇଲ ନିଶା ଓ କୋରିଆ ଗେମିଂ ଆପ୍
ରାଜନଗର ବ୍ଲକରେ ଚାଷୀମାନଙ୍କୁ ଧାନ କିଣିବା ନାଁରେ ଶୋଷଣ ଚରମ ସୀମାରେ ପହଞ୍ଚିଛି। ଏହି ବ୍ଲକ ଅନ୍ତର୍ଗତ ସାନଓଲରା ଗାଁର ଯାମିନୀକାନ୍ତ ସ୍ଵାଇଁଙ୍କ କହିବା କଥା ହେଲା ଭାଇଙ୍କ ନାଁରେ ଟୋକାନ ଥିଲା, ଆମେ ଆମ ଖର୍ଚରେ ଗାଡି କରି ପଦ୍ମାବତୀ ମିଲକୁ ଧାନ ନେଇ ଯାଇଥିଲୁ। କୁଇଣ୍ଟାଲ ପିଛା ୨ କିଲୋ ହିସାବରେ ଧାନ କାଟିବାକୁ ଅଡି ବସିଥିଲେ। ନେହୁରା ହେବା ପରେ ୫୯ କୁଇଣ୍ଟାଲ ୮୦ କିଲୋ ଧାନରୁ ୮୦ କିଲୋ କାଟି ରଖି ୫୯ କୁଇଣ୍ଟାଲ ଧାନ ରିସିଭ କରିଥିବା କାଗଜ ଦେଲେ। ବାଲିସାହିପାଟଣା ସେବା ସମବାଯ ସମିତିରେ କୁଇଣ୍ଟାଲ ପିଛା ୫ କେଜି ଧାନ କାଟି ଆମକୁ ଟଙ୍କା ଛଡ଼ାଯାଇଛି ବୋଲି କହିଛନ୍ତି। ମିଲର ଜାଣିଶୁଣି ମଣ୍ଡିକୁ ଆସୁନାହାନ୍ତି। ଆମେ ନିଜ ଖର୍ଚରେ ମିଲକୁ ଧାନ ନେଇ ଶୋଷଣର ଶିକାର ହେଉଥିବା କହିଛନ୍ତି।
ଆହୁରି ପଢ଼ନ୍ତୁ: Dead: ଗାଜିଆବାଦର ୩ ଝିଅଙ୍କ ଆତ୍ମହତ୍ୟା: କାଳ ହେଲା ମୋବାଇଲ ନିଶା ଓ କୋରିଆ ଗେମିଂ ଆପ୍
ସେହିପରି ଜଗନ୍ନାଥପୁର ଶାସନ ଗାଁର ରଜନୀକାନ୍ତ ରଥଙ୍କ କହିବା କଥା ହେଲା ନିଜ ଖର୍ଚରେ ମିଲକୁ ଧାନ ନେଇଥିଲୁ। ମିଲରେ କୁଇଣ୍ଟାଲ ପିଛା ୨ କିଲୋ ଲେଖାଏଁ କାଟିକି ଚିଠା ଧରାଇଲେ। ଏବେ ସେବା ସମବାଯ ସମିତିରେ କୁଇଣ୍ଟାଲ ପିଛା ୫ କିଲୋ ଲେଖାଏଁ କାଟୁଛନ୍ତି। ଆମେ ୧ ନମ୍ବର ମାନର ଧାନ ଦେଇ ମଧ୍ୟ ଶୋଷଣର ଶିକାର ହେଉଛୁ ବୋଲି କହିବା ସହ କଟନୀ ଛଟନି ବନ୍ଦ କରିବା ସହ ଆମଠାରୁ କାଟି ନିଆଯାଇଥିବା ଧାନର ମୂଲ୍ୟ ଦିଆଯାଉ ବୋଲି କହିଛନ୍ତି। ଏ ସମ୍ପର୍କରେ ବାଲିସାହିପାଟଣା ସେବା ସମବାୟ ସମିତିର ସମ୍ପାଦକ ଅମର କୁମାର ବଳଙ୍କୁ ପଚାରିବାରୁ ଆମେ କାଟୁନୁ ଚାଷୀ ମିଲର ଯାହା ନିଷ୍ପତ୍ତି ନେଇଛନ୍ତି ସେହି ଅନୁସାରେ କଟାଯାଉଛି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/04/rajnagar-2026-02-04-17-26-04.jpg)